January 23, 2026

ବରଗଡ଼ ବନ୍ଦ: ସାଧାରଣ ଜୀବନଯାତ୍ରା ବ୍ୟାହତ

ବରଗଡ଼,୪/୨: ବରଗଡ଼ ସହରରେ ସିଟି ହସ୍ପିଟାଲ ଦାବିରେ ୪ଦିନ ହେଲା ଚାଲିଥିବା ଆନ୍ଦୋଳନ ସୋମବାର ବିସ୍ଫୋରକ ରୂପ ନେବାସହ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ମଧ୍ୟ ଆନ୍ଦୋଳନକାରୀମାନେ ୮ ଘଣ୍ଟା ଘେରିଥିଲେ। ମାତ୍ର ମଙ୍ଗଳବାର ଏକତା ମଞ୍ଚ ପକ୍ଷରୁ ବରଗଡ ବନ୍ଦ ଡାକରା ଦିଆଯାଇଛି। ସହରରେ ଥିବା ଦୋକାନ ବଜାର ବନ୍ଦ ରହିଛି। କେବଳ ଦୁଇଚକିଆ ଗାଡି ଚାଲୁଥିବା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ବରଗଡ ଜିଲ୍ଲା ହସ୍ପିଟାଲକୁ ଟୁକୁର୍ଲ୍ଲା ସ୍ଥାନାନ୍ତର କରାଯିବ ପରେ ସହର ଭିତରେ ଏକ ସିଟି ହସ୍ପିଟାଲ ପାଇଁ ଦାବି କରି ସହରବାସୀ ଆନ୍ଦୋଳନ କରୁଛନ୍ତି। ହେଲେ ଏ ନେଇ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ପୁରୁଣା ଜିଲ୍ଲା ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା କରି ସହରବାସୀଙ୍କୁ ଚିକିତ୍ସା ଯୋଗାଇ ଦେବା ଦାବିରେ ଆନ୍ଦୋଳନ ଜାରି ରହିଛି।

Spread the love