January 16, 2025

ଫେବୃଆରୀ ୧୦ରେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବ ପାକିସ୍ତାନ!

ଇସଲାମାବାଦ,୫/୨: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ବିରୋଧ କରି ପାକିସ୍ତାନ ପାର୍ଲାମେଣ୍ଟର ନ୍ୟାସନାଲ ଆସେମ୍ବ୍ଲିକଶ୍ମୀର ଜନସାଧାରଣଙ୍କୁ ସମର୍ଥନ ଜଣାଇ ଏକ ପ୍ରସ୍ତାବ ପାସ୍ ହୋଇଛି। ଏ ପ୍ରସ୍ତାବ ଉପରେ ଆଲୋଚନା ସମୟରେ କଶ୍ମୀର ସମସ୍ୟାର ସମାଧାନ କରାଯିବା ସମ୍ପର୍କରେ ଶାସକ ଓ ବିରୋଧୀଦଳ ସଦସ୍ୟଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। କେତେକ ସଦସ୍ୟ କଶ୍ମୀର ପ୍ରସଙ୍ଗରେ ଭାରତ ବିରୋଧରେ ଜେହାଦ ଘୋଷଣା ପାଇଁ ଦାବି କରିଥିଲେ। କେବଳ ଯୁଦ୍ଧ ଦ୍ୱାରା ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ସେମାନେ କହିଥିଲେ। ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, କେବଳ ଶାସକ ଓ ବିରୋଧୀଦଳ ସଦସ୍ୟଙ୍କ ମଧ୍ୟରେ ନୁହେଁ, ଏଥିନେଇ ଖୋଦ ଶାସକଦଳ ସଦସ୍ୟଙ୍କ ଭିତରେ ମତଭେଦ ଦେଖାଦେଇଥିଲା। ମାନବାଧିକାର ବିଭାଗ ମନ୍ତ୍ରୀ ସିରିନ୍ ମଜାରୀ ସିଧାସଳଖ ବୈଦେଶିକ ମନ୍ତ୍ରଣାଳୟ ଏବଂ ବିଭାଗୀୟ ମନ୍ତ୍ରୀ ଶାହ ମେହମ୍ମୁଦ କ୍ୟୁରେସୀଙ୍କୁ ସମାଲୋଚନା କରିଥିଲେ। ଏଥିସହ ବାକ୍‌ଯୁଦ୍ଧ ଦ୍ୱାରା କଶ୍ମୀର ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଆଉ କେତେକ ସଦସ୍ୟ ମତ ଦେଇଥିଲେ। ଏହି ଅବସରରେ ଜମିୟତ-ଏ-ଉଲେମା-ଏ-ଇସଲାମ-ଫଜଲର ସଦସ୍ୟ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ପ୍ରସ୍ତାବ ଦେଇଥିଲେ। ସାଂସଦ ଅବଦୁଲ ଆକବର ଚିତରାଳି ଯୁଦ୍ଧ ପାଇଁ ତାରିଖ ଘୋଷଣା କରିଥିଲେ। ସେ କହିଥିଲେ, ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଔପଚାରିକ ଭାବେ ଫେବୃଆରୀ ୧୦ରେ ଭାରତ ବିରୋଧରେ ଯୁଦ୍ଧ ଘୋଷଣା କରନ୍ତୁ।

Spread the love