ଭୁବନେଶ୍ୱର,୪/୨: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସିଙ୍ଗାପୁରରେ ଥିବା ଓଡିଆ ଏନ୍ଆର୍ଆଇ ସତ୍ୟ ସୂତାର ଆରମ୍ଭ କରିଛନ୍ତି ‘ଉତ୍କଳମଣି ଗୋପବନ୍ଧୁ ଶିକ୍ଷା, ସ୍ୱାଭିମାନ ଓ ତ୍ୟାଗ ମେଧାବୃତ୍ତି’। ଏହି ବୃତ୍ତି ଜରିଆରେ ଓଡ଼ିଶାରେ ପ୍ରତିବର୍ଷ ମାଟ୍ରିକ୍ ଟପର୍ମାନଙ୍କୁ ୧ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି ରେଡ୍କ୍ରସ ଭବନଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ଶ୍ରୀ ସୂତାର ଘୋଷଣା କରିଛନ୍ତି। ମେଧାବୃତ୍ତିକୁ ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ଚଳଚ୍ଚିତ୍ର ନିର୍ଦେଶକ ଶାନ୍ତନୁ କୁମାର ସିଅ ‘ଦ ଟପର୍’ ଶୀର୍ଷକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା ପ୍ରଦ୍ୟୁମ୍ନ ଲେଙ୍କା, ମନୀଷା ମିଶ୍ର, ବିଭୁ ପ୍ରସାଦ, ମାନସ ରଞ୍ଜନ, ଆର୍ୟନଙ୍କ ସମେତ ଶତାଧିକ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀ, ସ୍ୱେଚ୍ଛାସେବୀ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, କେନ୍ଦୁଝର ଜିଲ୍ଲା ଆନନ୍ଦପୁରରର ଫକୀରପୁର ଗ୍ରାମରେ ଜନ୍ମିତ ସତ୍ୟ ସୂତାର ଏବେ ସିଙ୍ଗାପୁରର ଫୁଡ୍ ଏମ୍ପାୟାର କମ୍ପାନିରେ ସାଧାରଣ ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ବୃତ୍ତି ରାଶି ଦ୍ୱାରା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଟପର୍ ହେଉଥିବା ଛାତ୍ର ବା ଛାତ୍ରୀ ନିଜ ସ୍ୱପ୍ନ ଦିଗରେ ଆଗେଇବା ପାଇଁ ପ୍ରସ୍ତୁତ କରିପାରିବେ ବୋଲି ସେ ଆଶା ରଖିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍