September 18, 2025

୯ ଯାଏ ବର୍ଷ, ୧୦ରୁ ପୁଣି ଶୀତ

ଭୁବନେଶ୍ୱର,୭/୨: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣବଳୟ ପ୍ରଭାବରେ ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ୧୩ଟି ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବା ସହ ଉପକୂଳ, ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସୋନପୁର, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ଢେଙ୍କାନାଳରେ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ମାତ୍ର ବର୍ଷ ପରେ ଆସନ୍ତା ୧୦ ତାରିଖରୁ ପାଗ ଶୁଖିଲା ରହିବା ସହ ପୁଣି ଶୀତର ପ୍ରଭାବ ବଢିବ। ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ ବୋଲି ଅନୁମାନ କରାଯାଉଛି। ଅନ୍ୟପକ୍ଷରେ ବର୍ଷା ପରେ ପ୍ରବଳ କୁହୁଡି ଅନୁଭୂତ ହେବ। ଏ ସମ୍ପର୍କରେ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଶୁକ୍ରବାର ସକାଳ ୯ଟା ସୁଦ୍ଧା ଦାରିଙ୍ଗବାଡିରେ ସର୍ବାଧିକ ୧୭ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ବୌଦ୍ଧରେ ୧୬.୨ମିମି, ଫୁଲବାଣୀରେ ୭.୬ ମିମି, ଗୋପାଳପୁରରେ ୧୦ ମିମି ଓ ଭୁବନେଶ୍ୱରରେ ୦.୮ ମିମି ବର୍ଷା ହୋଇଥିବା ଜଣାପଡିଛି।

Spread the love