April 24, 2026

ବଦଳିବ ବସ୍ତି ଜିଲ୍ଲାର ନାଁ

ଲକ୍ଷ୍ନୌ,୯/୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ବସ୍ତିଜିଲ୍ଲାର ନାମ ପରିବର୍ତ୍ତନ ପାଇଁ ଏବେ ସୁପାରିଶ କରିଛନ୍ତି। ବସ୍ତିଜିଲ୍ଲାର ନାମ ପରିବର୍ତ୍ତନ କରାଯାଇ ବଶିଷ୍ଠ ନଗର ରଖିବା ପାଇଁ ଯୋଗୀ ଉଦ୍ୟମ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଅଯୋଧ୍ୟା ଜିଲ୍ଲା ନିକଟରେ ବସ୍ତି ଜିଲ୍ଲା ଅବସ୍ଥିତ। ବସ୍ତିର ନାମ ପରିବର୍ତ୍ତନ ପାଇଁ ଜିଲ୍ଲା ଅଧିକାରୀ ରାଜସ୍ବ ବିଭାଗକୁ ପ୍ରସ୍ତାବ ପଠେଇଛନ୍ତି। ଖୁବଶୀଘ୍ର କ୍ୟାବିନେଟରେ ନାମ ପରିବର୍ତ୍ତନ ପ୍ରସ୍ତାବ ଆସିବ ବୋଲି ସେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଆଲ୍ଲାହାବାଦର ମଧ୍ୟ ନାମ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ କରାଯାଇଛି।

Spread the love