July 27, 2024

Satya News

odia news channel

ଆଜି ଦୃଶ୍ୟମାନ ହେବ ୨୦୨୦ର ପ୍ରଥମ ସୁପରମୁନ୍

ନୂଆଦିଲ୍ଲୀ,୯/୨: ବର୍ଷ ୨୦୨୦ରେ ପାଖାପାଖୀ ୧୩ଟି ପୂର୍ଣ୍ଣିମା ପଡୁଥିବାବେଳେ ୯ ଫେବ୍ରୁଆରି ଅର୍ଥାତ୍ ରବିବାରରେ ପଡୁଥିବା ପୂର୍ଣ୍ଣିମା ରାତ୍ରିରେ ସୁପରମୁନ୍ ଦୃଶ୍ୟମାନ ହେବ। ଏହି ସମୟରେ ଜହ୍ନ ପୂର୍ବଠାରୁ ଅଧିକ ବଡ ଓ ଚମକଦାର ଦେଖାଯିବ। ପାଶ୍ଚାତ୍ୟ ଦେଶର ବୈଜ୍ଞାନିକମାନେ ଏହାକୁ ‘ସ୍ନୋ ମୁନ୍’ ଭାବେ ନାମକରଣ କରିଛନ୍ତି। ସୂଚାନୁଯାୟୀ, ଚନ୍ଦ୍ରମା ଓ ପୃଥିବୀର ଦୂରତା ୪,୦୬,୬୯୨ କିମି। ମାତ୍ର ଯେତେବେଳେ ଚନ୍ଦ୍ରମା ଓ ପୃଥିବୀର ଦୂରତା କମ୍ ହୋଇଥାଏ, ସେତେବେଳେ ଏହି ସୁପରମୁନ୍ ଦେଖାଯାଏ। ଏହି ସମୟରେ ଚନ୍ଦ୍ରମାର ଆକାର ୧୪% ବଡ ଓ ୩୦% ଉଜ୍ୱଳ ଦେଖାଯାଏ। ନାସା ଅନୁସାରେ, ୧୯୭୯ ମସିହାରେ ସୁପରମୁନର ଅସ୍ଥିତ୍ୱ ପ୍ରଥମଥର ପାଇଁ ସାମନାକୁ ଆସିଥିଲା। ୨୦୨୦ର ୯ ଫେବ୍ରୁଆରୀ ପରେ ମାର୍ଚ୍ଚ, ଅପ୍ରେଲ ଓ ମେ’ରେ ସୁପରମୁନ୍ ଦେଖିଯାଇପାରେ। ଶୁକ୍ରବାର ସନ୍ଧ୍ୟାରୁ ସୋମବାର ପର୍ଯ୍ୟନ୍ତ ଆକାଶରେ ସମ୍ପୂର୍ଣ୍ଣ ଜହ୍ନ ନଜର ଆସିବ। ଏହା ମଧ୍ୟରେ ଆଜି ବିଳମ୍ବିତ ରାତିରେ ସୁପରମୁନ୍ ଦେଖାଯିବ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି।

Spread the love