May 16, 2025

ଚୀନରେ କରୋନା ମୃତ୍ୟୁସଂଖ୍ୟା ୭୨୪

ବେଜିଂ,୯/୨: ୮୬ କରୋନା ପୀଡ଼ିତଙ୍କର କେବଳ ଶୁକ୍ରବାର ଚୀନ୍‌ରେ ମୃତ୍ୟୁଘଟିବା ପରେ ଏବେ ମୃତକଙ୍କ ସଂଖ୍ୟା ୭୨୪ରେ ପହଞ୍ଚିଛି। ଚୀନ୍‌ରେ ଦୈନିକ ୫୦ରୁ ଅଧିକ ରୋଗୀ ପ୍ରାଣ ହରାଉଥିବା ଦେଖିବାକୁ ମିଳିଛି। ବିଶ୍ୱବ୍ୟାପୀ କରୋନା ପୀଡ଼ିତଙ୍କ ସଂଖ୍ୟା ୩୪,୪୦୦କୁ ବୃଦ୍ଧି ପାଇଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଶନିବାର କୁହାଯାଇଛି। ଗୁରୁବାର ୬୦ ବର୍ଷୀୟ ଆମେରିକାନ୍ ମୃତ୍ୟୁବରଣ କରିଥିବା ଶନିବାର ବେଜିଂସ୍ଥିତ ଆମେରିକା ଦୂତାବାସ ସୂତ୍ରରୁ ପ୍ରକାଶ। ଇତିମଧ୍ୟରେ ଚୀନ୍‌ରେ କରୋନା ଭାଇରସ୍ ଠାବ କରିଥିବା ପ୍ରଥମ ଡାକ୍ତର ଲି’ଙ୍କୁ ହିରୋ ଭାବେ ବେଜିଂ ସରକାର ଘୋଷଣା କରିଛନ୍ତି। ରୋଗୀଙ୍କ ଚିକିତ୍ସା କରୁକରୁ ଖୋଦ୍ ଡାକ୍ତର ଲି’ କରୋନା କବଳରେ ପଡ଼ି ମୃତ୍ୟୁବରଣ କରିଥିଲେ। ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ଗ୍ରୁପ୍‌ର ଅନ୍ୟ ଏକ ରୋଗ ସାର୍ସ (ସିଭିୟର ଆକ୍ୟୁଟ୍ ରେସପିରେଟୋରୀ ସିଣ୍ଡ୍ରୋମ୍‌)ରେ ୨୦୦୨ରେ ଚୀନ୍ ଓ ହଂକଂରେ ୬୫୦ ଜଣଙ୍କ ମୃତ୍ୟୁ ହୋଇଥିଲା।

Spread the love