July 27, 2024

Satya News

odia news channel

ଦିଲ୍ଲୀ ବିଧାନସଭା ନିର୍ବାଚନ ଏକଜିଟ୍ ପୋଲ୍‌: ହ୍ୟାଟ୍ରିକ କରିବ ଆପ୍‌!

ନୂଆଦିଲ୍ଲୀ,୯/୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଆସନ୍ତା ୧୧ରେ ଭୋଟ୍ ଗଣତି କରାଯିବା ପୂର୍ବରୁ ଏଠାରେ କିଏ ବାଜିମାତ୍ କରିବ ସେନେଇ ଚର୍ଚ୍ଚା ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦ୍‌ମୀ ପାର୍ଟି ଏଥର ହ୍ୟାଟ୍ରିକ୍ କରିବ। ଗଣମାଧ୍ୟମ ସଂସ୍ଥା ଟାଇମ୍ସ ନାଓ, ରିପବ୍ଲିକ୍ ଟିଭି, ନ୍ୟୁଜ୍ ଏକ୍ସ, ଇଣ୍ଡିଆ ଟିଭି, ଜନ୍ କୀ ବାତ୍‌, ଟିଭି ୯ ଭାରତବର୍ଷ ଓ ଇଣ୍ଡିଆନ୍ ନ୍ୟୁଜ୍ ପକ୍ଷରୁ କରାଯାଇଥିବା ଏକଜିଟ୍ ପୋଲ୍ ସର୍ଭେରୁ ଏହା ଜଣାପଡ଼ିଛି। ଟାଇମ୍ସ ନାଓ-ଆଇପିଏସ୍‌ଓଏସ୍ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଆପ୍ ୪୪ ଆସନ ଓ ବିଜେପି ୨୬ ଆସନ ପାଇବ। ରିପବ୍ଲିକ୍‌-ଜନ୍ କୀ ବାତ୍ ଏକଜିଟ୍ ପୋଲ୍ ଅନୁଯାୟୀ ଆପ୍‌କୁ ୪୮-୬୧ ଏବଂ ବିଜେପିକୁ ୯-୨୧ ଆସନ ମିଳିବ। ଏବିପି-ସି ଭୋଟର୍ ଅନୁଯାୟୀ ଆପ୍ ୪୯-୬୩, ବିଜେପି ୫-୧୯ ଏବଂ କଂଗ୍ରେସ ୦-୪ ଆସନ ପାଇବ। ନ୍ୟୁଜ୍ ଏକ୍ସ-ପୋଲ୍‌ଷ୍ଟ୍ରାଟ୍ ଅନୁଯାୟୀ ଆପ୍ ୫୦-୫୬, ବିଜେପି ୧୦-୧୪ ଓ କଂଗ୍ରେସ ୦-୧ ଆସନ ପାଇବେ। ଇଣ୍ଡିଆ ଟୁଡେ-ଆକ୍ସିସ୍ ଏକଜିଟ୍ ପୋଲ୍ ଅନୁଯାୟୀ ଆପ୍ ୫୯-୬୮ ଓ ବିଜେପି ୨-୧୧ ଆସନ ପାଇବେ।

Spread the love