July 27, 2024

Satya News

odia news channel

ହାରିଲା ଭାରତ: ଦିନିକିଆ ସିରିଜ ଉପରେ ନ୍ୟୁଜିଲାଣ୍ଡର କବ୍‌ଜା

ଅକ୍‌ଲାଣ୍ଡ,୯/୨: ଏଠାରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁଟାଣ୍ଟ କାଏଲ ଜାମିସନ୍‌ଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନଙ୍କ ବଳରେ ଆୟୋଜକ ନ୍ୟୁଜିଲାଣ୍ଡ ୨୨ ରନ୍‌ରେ ଭ୍ରମଣକାରୀ ଭାରତକୁ ପରାସ୍ତ କରିଛି। ଏହି ବିଜୟ ଫଳରେ ଘରୋଇ ଦଳ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୨-୦ରେ ଅପରାଜେୟ ରହିବା ସହ ଆଗୁଆ ସିରିଜ୍ ଜିତିନେଇଛି। ସିରିଜ୍‌ର ତୃତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଆସନ୍ତା ୧୧ରେ ଖେଳାଯିବ। ଏହ ମ୍ୟାଚ୍‌ରେ ୨୪ଟି ବଲ୍‌ରୁ ଅପରାଜିତ ୨୫ ରନ୍ କରିବା ସହ ୧୦ ଓଭରରେ ୪୨ ରନ୍ ଦେଇ ୨ଟି ୱିକେଟ ନେଇଥିବା ଜାମିସନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସ୍ଥାନୀୟ ଇଡେନ୍ ପାର୍କରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ଓପନର ମାର୍ଟିନ୍ ଗପ୍ଟିଲ ଓ ରସ୍ ଟେଲରଙ୍କ ଅର୍ଦ୍ଧଶତକ ସହାୟତାରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୭୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଭାରତ ୪୮.୩ ଓଭରରେ ୨୫୧ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା। ଦଳ ୯୬ ରନ୍‌ରେ ୫ଟି ୱିକେଟ ହରାଇଥିବାବେଳେ ଅର୍ଦ୍ଧଶତକ ହାସଲ କରିଥିବା ଶ୍ରେୟସ୍ ଆୟର ୧୨୯ ରନ୍‌ରେ ଆଉଟ ହେବାରୁ ଭାରତର ପରାଜୟ ନିଶ୍ଚିତ ହୋଇଥିଲା। ୧୫୩ ରନ୍‌ରେ ୮ମ ୱିକେଟର ପତନ ପରେ ରବୀନ୍ଦ୍ର ଜାଡେଜା (୫୫ରନ୍‌) ଓ ନବଦୀପ ସୈନୀ (୪୫ରନ୍‌) ନବମ ୱିକେଟ ପାର୍ଟନରଶିପ୍‌ରୁ ସର୍ବାଧିକ ୭୬ ରନ୍ ଉଠାଇ ବିଜୟ ପାଇଁ ଜୋରଦାର ଉଦ୍ୟମ କରିଥିଲେ। କିନ୍ତୁ ଭୁଲ ଶଟ୍ ଖେଳି ସୈନି ଆଉଟ ହେବା ସହ ଏମାନଙ୍କ ଉଦ୍ୟମ ମଧ୍ୟ ବ୍ୟର୍ଥ ହୋଇଥିଲା।v

Spread the love