February 15, 2026

ଆତ୍ମହତ୍ୟା ଧମକ ଦେଲେ ତାରା

 

ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ନିଷ୍ପତ୍ତି ନ ବଦଳାଇଲେ ଆତ୍ମହତ୍ୟା କରିବେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବି, ବେକ କାଟି ଦେବି।

ରାଜ୍ୟରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଆଜି ଗୃହରେ ଦୁଇ ଦୁଇ ଥର ରୁଲିଂ କରିଛନ୍ତି ବାଚସ୍ପତି। ଏହାସହ ବିଧାୟକଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି କାଲି ସୁଦ୍ଧା ଗୃହରେ ଉତ୍ତର ରଖିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି।

Spread the love