ନୂଆଦିଲ୍ଲୀ : ସାରାବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି । ଏହିପରିପେକ୍ଷୀରେ ଗୁରୁବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କରୋନାରେ ସଂକ୍ରମିତ ହୋଇଛନ୍ତି । ଗତକିଛି ଧରି ସେ ଅସୁସ୍ଥତା ଅନୁଭୁବ କରୁଥିଲେ । ତେଣୁ ସେ ନିଜର କୋଭିଡ଼ ଟେଷ୍ଟ କରିଥିଲେ । ଯାହା ପଜିଟିଭ୍ ଆସିଛି । କରୋନାରେ ସଂକ୍ରମିତ ଜଣାପଡିବା ପରେ , ସେ ନିଜ ଆଇସୋଲେଟ୍ କରିଛନ୍ତି । ଏହାସହ ତାଙ୍କ ସହିତ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସଂଗରୋଧ ଓ କୋଭିଡ଼ ଟେଷ୍ଟ କରାଇନେବାକୁ ଅପିଲ୍ କରିଛନ୍ତି ।
ନିକଟରେ କରୋନା ଜନିତ ସମସ୍ତ କଟକଣାକୁ ହଟାଇଦେଇଥିଲେ । କିନ୍ତୁ ଏବେ ବି ଦେଶରେ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ତେବେ ଫ୍ରାନ୍ସରେ ଏବେ କେବଳ ନାଇଟ କଫ୍ୟୁ ଲାଗୁ ହୋଇଛି । ଯାହା ରାତି ୮ଟାରୁ ସକାଳ ୬ପର୍ଯ୍ୟନ୍ତ କଟକଣା ରହିଛି । ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ନିଜକୁ ପ୍ରଥମେ ସାତ ଦିନ ପାଇଁ ଆଇସୋଲେଟ୍ରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେ ଘରୁ ରହି ସମସ୍ତ କାର୍ଯ୍ୟ ଜାରି ରଖିବେ ।
ସୂଚନାଯୋଗ୍ୟ ଯେ, ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୂର୍ବରୁ ଅନେକ ଦେଶରେ ମୁଖ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇସାରିଛନ୍ତି । ଯେପରି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ବ୍ରାଜିଲ୍ ରାଷ୍ଟ୍ରପତି, ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ ଜନ୍ସନ୍ ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ