ନୟାଗଡ: ପରୀକୁ ନ୍ୟାୟ ପାଇଁ ବିଜେପିର ୫ ଦିନିଆ ପଦଯାତ୍ରା ଶେଷ ହୋଇଥିଲେ ମଧ୍ୟ ଏହି ଆନ୍ଦୋଳନ ଆଗକୁ ଗାଁ ଗାଁ ଏବଂ ଘର ଘରକୁ ନିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଗତକାଲି ଇଟାମାଟିରୁ ଆରମ୍ଭ କରିଥିବା ଏହି ଯାତ୍ରା ସାରେ ଯଦୁପୁରରେ ପହଂଚିଥିଲା। ଗାଁରେ ପହଞ୍ଚିବା ପରେ ସିଦ୍ଧେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ସିଧାସଳଖ ପରୀ ଘରକୁ ଯାଇ ମାଆ ଓ ବାପାଙ୍କୁ ଭେଟିଥିଲେ। ସେମାନଙ୍କୁ ସମବେଦନା ଜଣାଇଥିଲେ ବିଜେପି ନେତ୍ରୁବୃନ୍ଦ।
ଏଥିସହିତ ନାବାଳିକାଙ୍କ ହତ୍ୟାର ଅସଲ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି। ପରୀର ବାପା ମା ନାଁ ନେଇଥିବା ଲୋକଙ୍କୁ ପୋଲିସ କାହିଁକି ପଚରାଉଚରା କରୁନି ବୋଲି ବିଜେପି ପ୍ରଶ୍ନ କରିଛି। ପ୍ରଭୁ ଲିଙ୍ଗରାଜଙ୍କ ଆଜ୍ଞାମାଳ ନେଇ ଗତ ୨୦ ତାରିଖରେ ଯଦୁପୁର ଅଭିମୁଖେ ପରୀ ପାଇଁ ୫ଦିନିଆ ପଦଯାତ୍ରା ଆରମ୍ଭ କରିଥିଲା ବିଜେପି।
ତେବେ ପରୀ ଘଟଣାରେ ଥମିବାରେ ନା ନେଉ ନାହିଁ ରାଜନୀତି। ଗତକାଲି ଘଟଣାର ଅଭିଯୁକ୍ତ ସରୋଜ ସେଠୀକୁ ନିଜ ଗାଁ ଯଦୁପୁରକୁ ନେଇଥିଲା ଏସଆଇଟି। ସରୋଜ ଘରୁ ମିଳିଥିବା ଗାମୁଛା ଘଟଣା ସମ୍ପର୍କରେ ପୂରା ତଥ୍ୟ ଦେବ ବୋଲି କହିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ପରୀକୁ ବୋହିବା ପରେ ତା’ ଦେହରୁ ବାହାରିଥିବା ରକ୍ତକୁ ସେ ଗାମୁଛାରେ ପୋଛିଥିଲା ସରୋଜ। ତେବେ ସେହି ଗାମୁଛା ସରୋଜ ଘରୁ ଜବତ କରାଯାଇଛି। ଘଟଣା ଘଟିବା ପରେ ଗାମୁଛାକୁ ଅନେକ ଥର ସାବୁନରେ ଧୁଆ ଯାଇଥିବା କହିଲେ ବୋଥ୍ରା। କିନ୍ତୁ ବାରମ୍ବାର ଧୋଇଲେ ବି ରକ୍ତ ଦାଗ କିଛି ରହିଯାଇଥାଏ ବୋଲି କହିଲେ ବୋଥ୍ରା।
ଆମେ ସେହି ଗାମୁଛାକୁ ଲାବକୁ ପଠାଇଛୁ। କେବଳ ଏତିକି ନୁହେଁ ବରଂ ପୋଖରୀରୁ ମିଳିଥିବା ଲେଙ୍ଗିନସ ମଧ୍ୟ ଲାବକୁ ପଠାଯିବ। ଲେଙ୍ଗିନସରେ ମଧ୍ୟ କିଛି ଦାଗ ଅଛି କି ନାହିଁ ସେନେଇ ମଧ୍ୟ ଆଲୋଚନା କରାଯିବ। ଉଭୟ ଜିନିଷ ଆମକୁ ବଡ ସାହାଯ୍ୟ କରିବ ବୋଲି କହିଲେ ବୋଥ୍ରା।
More Stories
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ
ସଞ୍ଜୟ ସିଂହଙ୍କ ବିରୋଧରେ ୧୦୦ କୋଟିର ମାନହାନୀ କେସ୍
ବିଦା ହେଲେ ବିଷ୍ଣୁପଦ