September 13, 2025

ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ: ବାର୍ଡ଼ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

 

ନୂଆଦିଲ୍ଲୀ : ଏହି ସମୟର ସବୁଠାରୁ ବଡ ଖବର। ଦିଲ୍ଲୀ ଲାଲ କିଲ୍ଲା ଅନିଶ୍ଚିତକାଳ ପାଇଁ ବନ୍ଦ କରିଦିଆଯାଇଛି। ଦିଲ୍ଲୀ ସେଣ୍ଟାଲ ଡିଏମ୍ ଏ ସମ୍ବନ୍ଧରେ ଏକ ଆଦେଶ ଜାରି କରିଛନ୍ତି। ଦିଲ୍ଲୀ ବିପର୍ଯ୍ୟୟ ପ୍ରାଧିକରଣ ତରଫରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ ଲାଲ କିଲ୍ଲା ଓ ଆଖପାଖ ଅଞ୍ଚଳରେ ବାର୍ଡ଼ ଫ୍ଲୁ ସଂକ୍ରମଣକୁ ଦୃଷ୍ଟିରେ ରଖି ପରିସର ସାଧାରଣ ଜନତା ଓ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଛି। ଆର୍କିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ନିର୍ଦ୍ଦେଶକଙ୍କ ଅନୁମତି କ୍ରମେ କିଲ୍ଲାକୁ ବନ୍ଦ କରାଯାଇଛି।

ଏହା ପୂର୍ବରୁ ଲାଲ କିଲ୍ଲାରେ ୧୪ କାଉ ଓ ୪ଟି ବତକ ମାରିଥିଲେ। ନମୁନା ଯାଞ୍ଚରେ ଏମାନେ ବାର୍ଡ଼ ଫ୍ଲୁର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା। ୮ଟି ନମୁନାରେ ବାର୍ଡ଼ ଫ୍ଲୁ ଷ୍ଟ୍ରେନ ମିଳିବା ପରେ ପଶୁପାଳନ ବିଭାଗ ଦିଲ୍ଲୀରେ ବାର୍ଡ଼ ଫ୍ଲୁ ନେଇ ସ୍ପଷ୍ଟ କରିଛି। ବାର୍ଡ଼ ଫ୍ଲୁ ସଂକ୍ରମଣ ସ୍ପଷ୍ଟ ହେବାପରେ ଦିଲ୍ଲୀରେ ଅନେକ ମଣ୍ଡି ଓ ଦୋକାନରେ ପ୍ରୋସେସ୍ଡ ଚିକେନ ଓ କଞ୍ଚା ଚିକେନ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏଥିପାଇଁ ଦିଲ୍ଲୀ ସରକାର ଆଦେଶ ଜାରି କରିଥିଲେ।

Spread the love