July 26, 2024

Satya News

odia news channel

ଅକାଳୀ ଦଳ ନେତା ସୁଖବୀର ବାଦଲଙ୍କ ଗାଡି ଉପରେ ଆକ୍ରମଣ, ଫୁଟିଲା ଗୁଳି

 

ଚଣ୍ଡିଗଡ :   ପଞ୍ଜାବର ଜଲାଲାବାଦରେ ଅକାଳୀ ଦଳର ନେତା ସୁଖବୀର ବାଦଲଙ୍କ ଗାଡି ଉପରେ ଆକ୍ରମଣ କରାଯାଇଛି । କଂଗ୍ରେସ ଦଳର ନେତାମାନେ ଏହି ଆକ୍ରମଣ କରିଥିବା ଅକାଳୀ ଦଳର କର୍ମୀମାନେ କହୁଛନ୍ତି । ଏହି ଆକ୍ରମଣ ପରେ ଅକାଳୀ ଦଳ ଓ କଂଗ୍ରେସ ମୁହାଁମୁହିଁ ହେବା ସହ ଉଭୟ ଦଳର କର୍ମୀ ପରସ୍ପର ଉପରେ ପଥର ମାଡ କରିଥିଲେ । ଏପରିକି ଗୁଳି ଚାଳନା ହୋଇଥିବା ମଧ୍ୟ ସୂଚନା ମିଳିଛି ।

ସୂଚନାନୁସାରେ, ଜଲାଲାବାଦରେ ନଗର ନିଗମ ନିର୍ବାଚନ ହେଉଛି । ସୋମବାର କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ମଙ୍ଗଳବାର ଅକାଳୀ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ ଥିଲା । ନାମାଙ୍କନ ପତ୍ର ଦାଖଲ ବେଳେ ନିଜେ ଅକାଳୀ ଦଳର ମୁଖ୍ୟ ସୁଖବୀର ବାଦଲ ପହଁଚି ଥିଲେ । ସୁଖବୀରଙ୍କ କାରକେଡ୍ ଜଲାଲାବାଦ କୋର୍ଟ ନିକଟରେ ପହଁଚିବା ସମୟରେ ଗାଡି ଉପରକୁ ଟେକା ଓ ପଥର ମାଡ ହୋଇଥିଲା ।

ପରିସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇ ଉଠିଲା ଯେ, କର୍ମୀମାନେ ବ୍ୟାରିକେଡ୍ ଭାଙ୍ଗି କୋର୍ଟ ଭିତରକୁ ପ୍ରବେଶ ଉଦ୍ୟମ କରିଥିଲେ । ଏହି ସମୟରେ ପଥରମାଡ ହୋଇଥିଲା । ପଥରମାଡ ବେଳେ ସୁଖବୀର କାର୍‌ରେ ନଥିଲେ । ତାଙ୍କୁ କଡା ସୁରକ୍ଷା ବଳୟରେ ରଖାଯାଇଥିଲା ।

କଂଗ୍ରେସ ଓ ଅକାଳୀ ଦଳ ମଧ୍ୟରେ ସଙ୍ଘର୍ଷ ଘଟି ଉଭୟ ଦଳର ଅନେକ କର୍ମୀ ଆହତ ହୋଇଛନ୍ତି । କଂଗ୍ରେସ ନାମାଙ୍କାନ ଭରିବା ବେଳେ ଅକାଳୀ ଦଳର କର୍ମୀଙ୍କୁ ଅଟକାଇବାରୁ ଏପରି ଘଟଣା ଘଟିଥିବା ଅଭିଯୋଗ ହୋଇଛି । କଂଗ୍ରେସର ଗୁଣ୍ଡାମାନେ ଏପରି ହଙ୍ଗାମା କରିଥିବା ଆକାଳୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।

Spread the love