
ଭୁବନେଶ୍ବର: କରୋନା ସଂକ୍ରମଣ କମୁଥିବା ବେଳେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ସ୍ଥିତି । ଫେବ୍ରୁଆରି ୧୦ରୁ ଯୁକ୍ତ ତିନି ତୃତୀୟ ଓ ପିଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା । ଏ ସଂକ୍ରାନ୍ତରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ ସାହୁ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଡ.ସାହୁଙ୍କ ସୂଚନା ଅନୁସାରେ, ପିଜିର ପ୍ରଥମ ସେମିଷ୍ଟାର ପରୀକ୍ଷା ୭ ଜୁନରୁ ୧୯ ଜୁନ ମଧ୍ୟରେ ଅନୂଷ୍ଠିତ ହେବ । ଜୁଲାଇ ୨୦ ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ସେହିପରି ୟୁଜି କୋର୍ସର ତୃତୀୟ ସେମିଷ୍ଟାର ଏବଂ ପଂଚମ ସେମିଷ୍ଟାର ପରୀକ୍ଷା ଏପ୍ରିଲ ୧୯ରୁ ୩୦ ଯାଏଁ ହେବ । ୩୧ ମେ’ ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।
ଫେବ୍ରୁଆରୀ ୮ରୁ କଲେଜ ଓ ବିଶ୍ୱବିଦ୍ୟାଳୟର ହଷ୍ଟେଲ ଖୋଲିବାକୁ ଅନୁମତି ଦିଆଯାଇଛି । ଶ୍ରେଣୀଗୃହରେ କୋଭିଡ ଗାଇଡଲାଇନ ଅନୁଯାୟୀ ପାଠପଢା ହେବ । ମାସ୍କ ବାଧ୍ୟତାମୂଳକ କରାଯିବା ସହ ଶ୍ରେଣୀଗୃହ,ଲାଇବ୍ରେରୀ ଓ ପରୀକ୍ଷାଗାରରେ ୬ ଫୁଟର ସାମାଜିକ ଦୂରତା ରଖାଯିବ । ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ