
ଭୁବନେଶ୍ୱର: ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ। ଆଜି ହେଉଛି ସେହି ପବିତ୍ର ଦିନ, ବିଜୟା ଦଶମୀ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ। ଦଶମୀ ପୂଜା ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦଶଭୂଜା ।
ଆଜିର ଦିନରେ ହିଁ ଭଗବାନ ରାମ ପ୍ରବଳ ପ୍ରତାପୀ ରାବଣ ଉପରେ ବିଜୟ ଲାଭ କରିଥିଲେ। ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ଆଜିର ଦିନରେ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜିତ କରାଯାଇଥାଏ। ଆଜି ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଛି ମାଆଙ୍କ ଦଶମୀ ପୂଜା। ଭକ୍ତଙ୍କ ଭିଡ ନ ଥିଲେ ହେଁ ରୀତିନୀତିରେ କୌଣସି ବ୍ୟତିକ୍ରମ ହେଉନି। ଆଳତି, ମନ୍ତ୍ର ତନ୍ତ୍ରରେ ହେଉଛି ମା’ଙ୍କ ଦଶମୀ ପୂଜା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍