ନୂଆଦିଲ୍ଲୀ,୧୪/୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ ଆଦମି ପାର୍ଟି(ଆପ୍) ମଙ୍ଗଳବାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସମସ୍ତ ୭୦ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଛି। ତଦନୁଯାୟୀ, ନୂଆଦିଲ୍ଲୀ ଆସନରୁ ଆପ୍ କ୍ୟାପଟେନ ଅରବିନ୍ଦ କେଜରିଓ୍ଵାଲ ଲଢ଼ିବାକୁ ଧର୍ଯ୍ୟ ହୋଇଥିଲାବେଳେ ଅତିସି କାଲକାଜି ଆସନରୁ, ମନିଷ ସିସୋଦିଆ ପତପାରଗଞ୍ଜରୁ, ବିନୟ ମିଶ୍ର ଦ୍ୱାରିକାରୁ ଏବଂ ଅମାନାତୁଲ୍ଲା ଖାଁ ଓଖଲାରୁ ନିର୍ବାଚନ ଲଢିବେ।ସେହିଭଳି ତିମାରପୁର ଆସନରୁ ଦିଲୀପ ପାଣ୍ଡେ, ନରେଲାରୁ ସଶରଦ ଚୌହାନ, ବୁରାଡୀରୁ ସଞ୍ଜୀବ ଝା, ଆଦର୍ଶନ ନଗରରୁ ପୱନ ଶର୍ମା, ବାଦଲୀରୁ ଅଜେଶ ଯାଦବ, ରିଠାଲାରୁ ମହିନ୍ଦର ଗୋୟଲ, ବବାନାରୁ ଜୟ ଭଗବାନ ଉପକାର, ମୁଣ୍ଡକାରୁ ଧର୍ମପାଳ ଲାକଣ୍ଡା, କିରାଣ୍ଡୀରୁ ଶତ୍ରୁରାଜ ଝା, ସୁଲତାନପୁର ମାଜରାରୁ ମୁକେଶ କୁମାର ଅହଲାବତଙ୍କ ଭଳି ପ୍ରାର୍ଥୀଙ୍କୁ ଦଳ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଟିକେଟ୍ ଦେଇଛି।ତେବେ ୯ଟି ବିଧାନସଭା କ୍ଷେତ୍ରରୁ ଦଳ ଏଥର ନୂଆମୁହଁକୁ ସୁଯୋଗ ଦେଇଛି। ଏହାବ୍ୟତୀତ ୪୬ ଜଣ ବର୍ତ୍ତମାନର ବିଧାୟକଙ୍କ ଟିକେଟ୍ ରିପିଟ ହୋଇଥିବାବେଳେ ୮ ମହିଳା ପ୍ରାର୍ଥୀଙ୍କୁ ଆପ୍ ସୁଯୋଗ ଦେଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ବିଧାନସଭା ପାଇଁ ଫେବ୍ରୁଆରି ୮ ତାରଖରେ ଭୋଟ ଗ୍ରହଣ କରାଯାଇ ୧୧ରେ ଫଳାଫଳ ପ୍ରକାଶ ପାଇବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍