July 27, 2024

Satya News

odia news channel

ଏଏପି ବିଧାୟକଙ୍କ ଗାଡ଼ିକୁ ଗୁଳି : ଜଣେ ମୃତ, ଅନ୍ୟ ଜଣେ ହସ୍ପିଟାଲରେ

ଦିଲ୍ଲୀରେ ରାତିଅଧିଆ ଗୁଳି 

ନୂଆଦିଲ୍ଲୀ, ଦିଲ୍ଲୀରେ ଶାସକ ଏଏପିର ହ୍ୟାଟ୍ରିକ ବିଜୟ ପରେ ମେହରୁଲି ବିଧାୟକ ନରେଶ ଯାଦବଙ୍କ ଗାଡ଼ିକୁ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଟାର୍ଗେଟ କରିଛନ୍ତି l ଗୁଳି ମାଡ଼ରେ ତାଙ୍କର ଜଣେ ସହଯୋଗୀ ପ୍ରାଣ ହରାଇଛନ୍ତି l ଅନ୍ୟ ଜଣେ ଆହତ ହୋଇଛନ୍ତି l
ଭୋଟ ଫଳ ଆସିବା ପରେ ନରେଶ ନିଜ ସମର୍ଥକମାନଙ୍କ ସହ ନିର୍ବାଚନମଣ୍ଡଳୀର ଏକ ମନ୍ଦିରକୁ ଯାଇଥିଲେ l ଦର୍ଶନ ସାରି ସେଠାରୁ ଫେରୁଥିବାବେଳେ କିଷନଗଡ଼ ଗ୍ରାମରେ କେତେଜଣ ବନ୍ଧୁକଧାରୀ ଦୁର୍ବୃତ୍ତ ନବ ନିର୍ବାଚିତ ବିଧାୟକଙ୍କ କାରକେଡକୁ ୭ ରାଉଣ୍ଡ ଗୁଳି ଚଳାଇଥିଲେ l ଗୁଳି ମାଡ଼ରେ ଅଶୋକ ମାନ ନାମକ ଜଣେ ଦଳୀୟ କର୍ମୀଙ୍କ ମୃତ୍ୟୁ ଘଟିଛି l ଅନ୍ୟ ଜଣେ ଆହତ କର୍ମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି l ଏ ନେଇ ଏଏପି ପକ୍ଷରୁ ଟୁଇଟ କରାଯାଇଛି l

Spread the love