February 17, 2025

ହତ୍ୟା ଅଭିଯୋଗରେ ରାଜ୍ୟ ପଣ୍ୟଗାର ନିଗମ ଅଧ୍ୟକ୍ଷ ଗିରଫ

ଝାରସୁଗୁଡ଼ା,୧୩/୨: ରାଜ୍ୟ ପଣ୍ୟଗାର ନିଗମର ଅଧ୍ୟକ୍ଷ ତଥା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ କୁମାର ସାଏଙ୍କୁ ଛତିଶଗଡ଼ ପୋଲିସ ଗିରଫ କରିଛି। ସୂଚନା ଅନୁସାରେ, ଛତିଶଗଡ଼ ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୋଲିସ ବୁଧବାର ରାତି ପ୍ରାୟ ସାଢ଼େ ୯ଟାରେ ବ୍ରଜରାଜନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ତାଙ୍କୁ ଏକ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇ ପୋଲିସ ପଚରାଉଚୁରା କରିବା ପରେ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ୨୦୧୬ରେ ବ୍ରଜରାଜନଗରର କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବଲି ଦାସ(୧୫)ଙ୍କୁ ହତ୍ୟା କରାଯାଇଥିଲା। ପରେ ଛତିଶଗଡ଼ର ରାୟଗଡ଼ା ଜିଲ୍ଲାର ଏକ ଜଙ୍ଗଲରୁ ପୋଲିସ ଉଭୟଙ୍କ ଶବ ଜବତ କରିଥିଲା। ତତ୍କାଳୀନ ସ୍ଥାନୀୟ ବିଜେପି ବିଧାୟକ ରାଧାରାଣୀ ପଣ୍ଡା ଏହି ଘଟଣାରେ ଅନୁପ କୁମାର ସାଏ ସମ୍ପୃକ୍ତ ଥିବା ଅଭିଯୋଗ ଆଣି ତାଙ୍କର ଗିରଫ ଦାବି କରିଥିଲେ।

Spread the love