ଭୁବନେଶ୍ୱର,୧୩/୨: ହତ୍ୟା ଅଭିଯୋଗରେ ଛତିଶଗଡ଼ ପୋଲିସ ଗିରଫ କରିବା ପରେ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ କୁମାର ସାଏଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଗୁରୁବାର ଅନୁପଙ୍କୁ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ବିଦା କରିଛନ୍ତି। ଏଥିସହ ତାଙ୍କୁ ବିଜୁ ଜନତା ଦଳରୁ ମଧ୍ୟ ବହିଷ୍କୃତ କରାଯାଇଛି। ଅନ୍ୟପକ୍ଷରେ ଗିରଫ ଶ୍ରୀ ସାଏଙ୍କୁ ଛତିଶଗଡ଼ ପୋଲିସ ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ଅନୁସାରେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ଚକ୍ରଧରନଗର ଥାନା ପୋଲିସ ଗୁରୁବାର ରାତିରେ ବ୍ରଜରାଜନଗରର ଶିରିଡ଼ିସାଇ ମନ୍ଦିର ନିକଟରୁ ଅନୁପ କୁମାର ସାଏଙ୍କୁ ଉଠାଇ ନେଇଥିଲା। ୨୦୧୬ରେ ବ୍ରଜରାଜନଗରର କଳ୍ପନା ଦାସ(୩୨) ଏବଂ ତାଙ୍କ ଝିଅ ବବଲି ଦାସ(୧୫)ଙ୍କୁ ହତ୍ୟା ଘଟଣାରେ ଅନୁପ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇନେଇ ପଚରାଉଚୁରା କରିବା ପରେ ଗିରଫ କରିଛି।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ