April 11, 2025

‘ମାଷ୍ଟର ସେଫ-୬’ ବିଜେତା ହେଲେ ଓଡ଼ିଆ ପୁଅ ଅବିନାଶ

ଭୁବନେଶ୍ୱର,୧୬/୨: ଷ୍ଟାରପ୍ଲସରେ ପ୍ରସାରିତ ରୋଷେଇଭିତ୍ତିକ କାର୍ଯ୍ୟକ୍ରମ ‘ମାଷ୍ଟର ସେଫ-୬’ର ବିଜେତା ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ପ୍ରଥମରୁ ସେ ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ କରି ଜଜମାନଙ୍କ ହୃଦୟ ଜିତିବା ସହ ଲୋକପ୍ରିୟ ହୋଇଥିଲେ। ଏହି ଶୋ’ରେ ଅଂଶଗ୍ରହଣ କରିବାରେ ଏବଂ ଜିତିବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ସୂଚନାଯୋଗ୍ୟ, ଅବିନାଶଙ୍କ ଘର ହେଉଛି ଗଞ୍ଜାମ ଜିଲ୍ଲାର ଆସିକା ସହର ଉପକଣ୍ଠ କାଳଷଣ୍ଢପୂର ଗ୍ରାମରେ। ପେସାରେ ସେ ଜଣେ ଇଞ୍ଜିନିଅର କିନ୍ତୁ ତାଙ୍କ ନିଶା ହେଉଛି ରୋଷେଇ। ସେ ଏବେ ହାଇଦ୍ରାବାଦର ଇନଫୋସିସରେ କାମ କରୁଛନ୍ତି।

Spread the love