January 16, 2025

ଆଗାମୀ ୫ ଦିନ ଯାଏଁ ଶୁଖିଲା ପାଗ

 

ଭୁବନେଶ୍ବର: ଉତ୍ତରପଶ୍ଚିମ ତଥା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଏବଂ ଶୁଷ୍କ ବାୟୁର ପ୍ରଭାବରେ ଆଗାମୀ ୩ ରୁ୪ ଦିନ ଯାଏଁ  ଓଡ଼ିଶାର କେତେକ ଜିଲ୍ଲାରେ ଶୀତ ଲହରୀ ଏବଂ ତୀବ୍ର ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟ଼ିଏ ଦୁଇଟ଼ି ସ୍ଥାନରେ ଶୀତ ଲହରୀ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଗାମୀ ୫ ଦିନ ପାଇଁ ପାଗ ମୁଖ୍ୟତଃ ଶୁଖିଲା ରହିବ।

ଆସନ୍ତାକାଲ଼ି ଠାରୁ ମାଲକାନଗିରି , କୋରାପୁଟ, ଗଜପତ଼ି, ରାୟଗଡ଼ା, ଗଞ୍ଜାମ, ଏବଂ କନ୍ଧମାଳ ଆଦି ଜ଼ିଲ୍ଲାର ଗୋଟିଏରୁ ଦୁଇଟ଼ି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି। ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା କୁହାଯାଇଛି।  ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ, ବଲାଙ୍ଗୀର ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ଶୀତ ଲହରୀ ସହ ଗୋଟିଏରୁ ଦୁଇଟି ସ୍ଥାନରେ ତୀବ୍ର ଶୀତ ଲହରୀ ଅନୁଭୂତ ବହିବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂଗ ଦିଆଯାଇଛି।

ଅପରପକ୍ଷରେ ସୋନପୁର, ବୌଦ୍ଧ, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼, ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଏବଂ ବରଗଡ଼ ଜ଼ିଲ୍ଲାର ଗୋଟ଼ିଏ ରୁ ଦୁଇଟ଼ି ସ୍ଥାନରେ  ଶୀତ ଲହରୀ ଅନୁଭୂତ ହେବାର ସମ୍ଭାବନା ରହିଛି। ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂଗ ଦିଆଯାଇଛି।

ଓଡ଼ିଶାର ଏସବୁ ଜ଼ିଲ୍ଲାଗୁଡ଼ିକର ତାପମାତ୍ରା ଆଗାମୀ ୪ ଦ଼ିନ ପାଇଁ ସ୍ୱଭାବିକ ତାପମାତ୍ରା ଠାରୁ ୩ ରୁ ୫ ର଼୍ ଡିଗ୍ରି ସେଲିଅସ୍ କମ୍ ରହିବାର ସମ୍ଭାବନ ରହିଛି ଏବଂ ପରବର୍ତ୍ତୀ ସମୟରେ ଏହା ୨ ରୁ୩ ଡ଼ିଗ୍ରି ଯାଏଁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

Spread the love