February 13, 2026

କଟକର ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ

 

କଟକ: କଟକ ବିଜୁ ପଟ୍ଟନାୟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଆଜି ଅପରାହ୍ଣରେ ‘ସନ୍‌ ହସ୍ପିଟାଲ୍‌’ରେ ନିଆଁ ଲାଗି ଯାଇଛି। ନିଆଁ ଲାଗିବାର କାରଣ ଜଣାପଡ଼ିନଥିବା ବେଳେ କୌଣସି କ୍ଷୟକ୍ଷତି ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଘଟଣାସ୍ଥଳରେ ୭ଟି ଅଗ୍ନିଶମ ଗାଡ଼ି ଓ ୫୦ ଜଣ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିକାଣ୍ଡକୁ ନେଇ ଚିଫ୍ ଫାୟାର ଅଫିସର କହିଛନ୍ତି, ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ତଦନ୍ତ ହେବ। ଫାୟାର ଲାଇସେନ୍ସ ମିଳି ନ ଥିଲା। ଫାୟାର ଲାଇସେନ୍ସ ନ ଥାଇ ହସ୍ପିଟାଲ ଚାଲିଥିଲା। ପୂର୍ବରୁ ମକ୍ ଡ୍ରିଲ୍‌ ମାଧ୍ୟମରେ ସତର୍କ କରା ଯାଇଥିଲା। ଫଳରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ସହଜ ହୋଇପାରିଲା।

Spread the love