March 10, 2026

ଏୟାର୍‌ଟେଲ୍‌ ଦେଲା ୧୦, ୦୦୦ କୋଟି ବକେୟା ଦେୟ

ନୂଆଦିଲ୍ଲୀ,୧୭/୨: ବକେୟା ଦେୟ ବାବଦରେ ଭାରତୀ ଏୟାର୍‌ଟେଲ୍‌ ସୋମବାର ଟେଲିକମ୍‌ ବିଭାଗକୁ ୧୦, ୦୦୦ କୋଟି ଟଙ୍କା ଦେଇଛି। କିଛିଦିନ ପୂର୍ବରୁ ସୁପ୍ରିମ୍‌ କୋର୍ଟ ଏବଂ କେନ୍ଦ୍ର ସରକାର ଯଥାଶୀଘ୍ର ବକେୟା ଅର୍ଥ ପୈଠ କରିବାକୁ କେତେକ ଟେଲିକମ୍‌ କମ୍ପାନିକୁ ଅଳ୍ପ ଦିନ ତଳେ ତାଗିଦ କରିଥିଲେ। ତେଣୁ କମ୍ପାନୀ ଆଜି ଏହି ଅର୍ଥ ପୈଠ କରିଛି। ହିସାବପତ୍ର ସରିଲେ ବାକି ଅର୍ଥ ପୈଠ କରାଯିବ। ସୁପ୍ରମ୍‌ କୋର୍ଟଙ୍କ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସମସ୍ତ ବକେୟା ଦିଆ ସରିଥିବ ବୋଲି ଏୟାର୍‌ଟେଲ୍‌ ପକ୍ଷରୁ କୁହାଯାଇଛି। ଲାଇସେନ୍‌ସ୍‌ ଫି’ ଏବଂ ସ୍ପେକ୍ଟ୍ରମ୍‌ ୟୁଜେସ ଚାର୍ଜ ବାବଦକୁ ଏୟାର୍‌ଟେଲ୍‌ଠାରୁ ସରକାର ପ୍ରାୟ ୩୫, ୫୮୬ କୋଟି ଟଙ୍କା ପାଇବେ। ସୂଚନାଯୋଗ୍ୟ, ଫେବ୍ରୁଆରୀ ୨୦ ତାରିଖ ସୁଦ୍ଧା ୧୦, ୦୦୦ କୋଟି ଟଙ୍କା ପୈଠ କରିବ ବୋଲି ପୂର୍ବରୁ ଏୟାର୍‌ଟେଲ୍‌ କହିଥିଲା ଏବଂ ବାକି ଅର୍ଥ ମାର୍ଚ୍ଚ ୧୭ ତାରିଖରପୂର୍ବରୁ ପୈଠ କରାଯିବ ବୋଲି ଏୟାର୍‌ଟେଲ୍‌ ଟେଲିକମ୍‌ ବିଭାଗକୁ କହିଛି।

Spread the love