October 21, 2025

ଆଜି ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ

 

ପୁରୀ : ଆଜି ପବିତ୍ର କାର୍ତ୍ତିକ ଶୁକ୍ଳ ଦ୍ବାଦଶୀ । ପଞ୍ଚୁକର ଏହି ଦ୍ବିତୀୟ ଦିନରେ ଆଜି ମହାପ୍ରଭୁ ବିଭୂଷିତ ହୋଇଛନ୍ତି ବାଙ୍କଚୁଡା ବେଶରେ। ପରମ୍ପରା ଅନୁଯାୟୀ ଅବକାଶ ନୀତି ପରେ ଖୁଣ୍ଟିଆ, ମେକାପ ଓ ପୁଷ୍ପାଳକ ସେବାୟତମାନେ ଶ୍ରୀଜିଉଙ୍କୁ ଏହି ବେଶରେ ସଜ୍ଜିତ କରିଥାନ୍ତି ।

କିମ୍ବଦନ୍ତୀ ଅନୁଯାୟୀ ଭକ୍ତ ଅକୃର ଶ୍ରୀକୃଷ୍ଣଙ୍କୁ ମଥୁରା ନେବାପାଇଁ ଗୋପପୁରକୁ ଆସି ଏହି ବେଶରେ ଦର୍ଶନ କରିଥିଲେ। ଏଣୁ ଏହାର ସ୍ମୃତି ସ୍ବରୂପ ଏହି ବେଶ ପଞ୍ଚୁକର ଦ୍ବାଦଶୀ ତିଥିରେ ଅନୁଷ୍ଠିତ ହେଉଅଛି। ଏହି ବେଶରେ ମହାପ୍ରଭୁଙ୍କର ମସ୍ତକର ଦକ୍ଷିଣ ପାର୍ଶ୍ବରେ ସୁନାକିଆ ଶୋଭା ପାଇଥାଏ। କରୋନା ମହାମାରୀ ଯୋଗୁଁ ଭକ୍ତଙ୍କ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନଥିବାରୁ ପତିତପାବନଙ୍କ ଦର୍ଶନ କରି ଭକ୍ତମାନେ ଅଶେଷ ପୁଣ୍ୟ ଲାଭ କରିଛନ୍ତି।  ଆସନ୍ତାକାଲି ମହାପ୍ରଭୁ ଦୁର୍ଲଭ ନାଗାର୍ଜୁନ ବେଶରେ ବିଭୂଷିତ ହେବେ।

Spread the love