October 23, 2024

Satya News

odia news channel

ସୁନାର ଶୁଦ୍ଧତାକୁ ସନ୍ଦେହ କରାଯାଏ, କୋଇଲାର କଳାକୁ ନୁହେଁ: ଅମିତାଭ

 

ମୁମ୍ବାଇ: ବିଗ ବି ଅମିତାଭ ବଚ୍ଚନଙ୍କ ଏକ ଟ୍ୱିଟ ଏବେ ଖୁବ ଭାଇରଲ ହେବାରେ ଲାଗିଛି l ଏହି ଟ୍ୱିଟ ଜରିଆରେ ସେ ତାଙ୍କ ପ୍ରଶଂସକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପଦେଶ ବି ଦେଇଛନ୍ତି l ଅମିତାଭ ଏହି ପୋଷ୍ଟ ଜରିଆରେ କହିଛନ୍ତି ଯେ, ଯଦି ଆପଣଙ୍କ ଭଲ କାମରେ କେହି ଆପଣଙ୍କୁ ସମାଲୋଚନା କରୁଛି, ତାହା ତାକୁ କରିବାକୁ ଦିଅନ୍ତୁ l କାରଣ ସନ୍ଦେହ ସବୁବେଳେ ସୁନାପରି ଧାତୁର ଶୁଦ୍ଧତାକୁ ନେଇ କରାଯାଏ, କୋଇଲାର କଳାକୁ ନୁହେଁ l ଏହା ପୂର୍ବରୁ ମଧ୍ୟ ବିଗ ବି ଅନ୍ୟ ଏକ ଟ୍ୱିଟରେ ଲେଖିଥିଲେ ଯେ, ଆଜିକାଲି ପାଦ ଛୁଇଁ ମୁଣ୍ଡିଆ ମାରିବା କେବଳ ସମ୍ମାନ ନୁହେଁ, ବୟୋଜ୍ୟେଷ୍ଠଙ୍କ ସହିତ ବାର୍ତ୍ତାଳାପ ସମୟରେ ମୋବାଇଲକୁ ହାତରେ ନ ଧରି ପାଖରେ ରଖିଦେବା ବି ସମ୍ମାନ ଜଣାଇବା ସହ ସମାନ l ଅମିତାଭଙ୍କ ଏହି ଟ୍ୱିଟକୁ ବହୁତ ଲୋକ ପ୍ରଶଂସା କରିବା ସହ ଦେଶ ତଥା ଦେଶ ବାହାରୁ କମେଣ୍ଟ ବି ଦେଉଛନ୍ତି l

Spread the love