July 27, 2024

Satya News

odia news channel

ହ୍ରିତିକ -କଙ୍ଗନାଙ୍କ ମାମଲା କ୍ରାଇମ୍ ବ୍ରାଞ୍ଚକୁ ଟ୍ରାନ୍ସଫର

 

ମୁମ୍ବାଇ : ଫିଲ୍ମ ଅଭିନେତା ହ୍ରିତିକ ରୋଶନଙ୍କ ଏକ ମାମଲାକୁ ସାଇବର ସେଲରୁ କ୍ରାଇମ୍ ବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯାଇଛି। କ୍ରାଇମ୍ ବ୍ରାଞ୍ଚର ମୁଖ୍ୟ ଏବଂ ମୁମ୍ବାଇ ପୋଲିସ୍ ଆୟୁକ୍ତ ଏହାର ଆଦେଶ ଜାରି କରିଛନ୍ତି। ଆଦେଶ ମୁତାବକ ହ୍ରିତିକ ରୋଶନଙ୍କ ଏଫଆଇଆରରେ ତଦନ୍ତକୁ ସାଇବର ସେଲରୁ କ୍ରାଇମ୍ ବ୍ରାଞ୍ଚର କ୍ରାଇମ୍ ଇଣ୍ଟେଲିଜେନ୍ସ ୟୁନିଟରେ ଟ୍ରାନ୍ସଫର କରି ଦିଆଯାଇଛି।

ହ୍ରିତିକ ରୋଶନଙ୍କୁ ୨୦୧୩ରୁ ୨୦୧୪ମଧ୍ୟରେ ୧୦୦ଟି ଇମେଲ୍ ଆସିଥିଲା। କୁହାଯାଇଛି ଯେ ଏହି ଇମେଲ୍ ଫିଲ୍ମ ଅଭିନେତ୍ରୀ କଙ୍ଗନା ରଣୌତଙ୍କ ମେଲ ଆଇଡିରୁ ପଠାଯାଇଥିଲା। ଏହାକୁ ନେଇ ହ୍ରିତିକ ରୋଶନ ୨୦୧୭ମସିହାରେ ସାଇବର ସେଲରେ ଏକ ମାମଲା ରୁଜୁ କରିଥିଲେ। ଇମେଲ୍ କଙ୍ଗନାଙ୍କ ଆଇଡିରୁ ଆସିଥିଲା। ସେହି ସମୟରେ କଙ୍ଗନା କହିଥିଲେ ଯେ ତାଙ୍କ ଇମେଲ୍ ଆଇଡି ହ୍ୟାକ୍ ହୋଇଯାଇଛି ଏବଂ ସେ ହ୍ରିତିକଙ୍କୁ ଜମା ଇମେଲ୍ ପଠାଇ ନାହାନ୍ତି।

ଏହା ପୂର୍ବରୁ ୨୦୧୬ରେ ହ୍ରିତିକ ରୋଶନ ଅଜଣା ଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। ସେତେବେଳେ ଭାରତୀୟ ଦଣ୍ଡ ସଂହିତାର ସମସ୍ତ ଧାରା ଅନୁସାରେ ମାମଲା ରୁଜୁ କରାଯାଇଥିଲା। ଏଥିରେ ଆଇଟି ଆକ୍ଟ ଏବଂ ଚିଟିଂ ସମ୍ବନ୍ଧୀୟ ଧାରା ମଧ୍ୟ ସାମିଲ ଥିଲା।

ଏହି ମାମଲାର ତଦନ୍ତରେ କୌଣସି ବିକାଶ ନ ହେବାରୁ ବରିଷ୍ଠ ଓକିଲ ମହେଶ ଜେଠମାଲାନିଙ୍କ ଅଫିସ୍ ନିକଟରେ ଡିସେମ୍ବର ୯ତାରିଖରେ ପୋଲିସ୍ ଆୟୁକ୍ତଙ୍କୁ ଚିଠି ଲେଖିଥିଲେ। ଚିଠି​‌ରେ କୁହାଯାଇଥିଲା ଯେ ଆମ କ୍ଲାଇଣ୍ଟ ତଦନ୍ତରେ ସହଯୋଗ କରିଛନ୍ତି ଏବଂ ଇଲେକ୍ଟୋନିକ୍ ଡିଭାଇସ୍ ଯୋଗାଇଛନ୍ତି। ଚିଠିରେ କୁହାଯାଇଛି ଯେ ମାଜିଷ୍ଟେଟ୍ କୋର୍ଟ ତାଙ୍କ କ୍ଲାଇଣ୍ଟର ଲାପଟପ ଏବଂ ଫୋନ୍ ଫେରାଇବା ପାଇଁ ନିର୍ଦେଶ ଦେଇଥିଲେ ଯାହାକୁ ଅସଲ ଦୋଷୀକୁ ଖୋଜିବାରେ ତଦନ୍ତ ପାଇଁ ଦିଆଯାଇଥିଲା। କିନ୍ତୁ କ୍ଲାଇଣ୍ଟଙ୍କୁ ଲାପଟପ୍ ଏବଂ ଫୋନ୍ ସେହିପରି ମିଳିନଥିଲା ଯେପରି ଅବସ୍ଥାରେ ତାଙ୍କଠୁ ନିଆଯାଇଥିଲା।

ଓକିଲ ଗୁଞ୍ଜନ ମଙ୍ଗଳାଙ୍କ ତରଫରୁ ହସ୍ତାକ୍ଷର କରିଥିବା ଚିଠିରେ କୁହାଯାଇଛି ଯେ ଆମ କ୍ଲାଇଣ୍ଟ ସମସ୍ତ ଇମେଲ୍,ପାସପୋର୍ଟ ଆଦିର ସମସ୍ତ ପ୍ରାସଙ୍ଗିକ କାଗଜପତ୍ରର ପୃଷ୍ଠା ହସ୍ତାନ୍ତର କରିଥିଲେ। ଚିଠିରେ କୁହାଯାଇଛି ଯେ ହ୍ରିତିକ ରୋଶନ ପୋଲିସ୍ ଅଧିକାରୀଙ୍କୁ ଦେଖା କରି ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ହୋଇଥିବା ଆଘାତ ବିଷୟରେ କହିଥିଲେ। ଆଜି ଯାଏଁ ତଦନ୍ତରେ କୌଣସି ଉନ୍ନତି ହୋଇନାହିଁ  ଏବଂ ମାମଲା ଏବେ ବି ଲମ୍ବିଛି।

ଏହି ମାମଲାରେ ବର୍ତ୍ତମାନ କଙ୍ଗନା ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଙ୍ଗନା ଟ୍ବିଟ୍ କରିଛନ୍ତି ଯେ,‘ତାଙ୍କ କାହାଣୀ ପୁଣି ଥରେ ଆରମ୍ଭ ହୋଇଯାଇଛି। ଆମ ବ୍ରେକ୍ ଅପ୍ ଏବଂ ତାଙ୍କ ଡିଭୋର୍ସ କେତେ ବର୍ଷ ବିତି ଗଲାଣି କିନ୍ତୁ ସେ ଆଗକୁ ବଢ଼ିବାକୁ ମନା କରୁଛନ୍ତି। ସେ କୌଣସି ମହିଳାଙ୍କୁ ଡେଟ୍ କରିବାକୁ ମନା କରୁଛନ୍ତି। ସେ ଯେତେବେଳେ ନିଜ ବ୍ୟକ୍ତିଗତ ଜୀବନରେ କିଛି ଆଶା ପାଇବା ପାଇଁ ସାହସ ଜୁଟାଉଛନ୍ତି ସେ ପୁଣି ଥରେ ସେହି ନାଟକ ଆରମ୍ଭ କରି ଦେଉଛନ୍ତି। ହ୍ରିତିକ ରୋଶନ୍ କେତେ ଦିନ ଯାଏଁ କାନ୍ଦିବେ ଗୋଟେ ଛୋଟ ଆଫେୟାର ପାଇଁ।’

Spread the love