July 27, 2024

Satya News

odia news channel

ଓଡ଼ିଶାରେ ଆଉ ୨ ମେଡିକାଲ କଲେଜ

 

ଭୁବନେଶ୍ୱର: ପୁରୀ ଓ ଯାଜପୁର ମେଡିକାଲ କଲେଜ ନେଇ କ୍ୟାବିନେଟ ମଂଜୁରୀ ମିଳିଛି। ପୁରୀରେ ୧୦୦ ସିଟ୍ କଲେଜ ଓ ୬୫୦ ଶଯ୍ୟାର ହସ୍ପିଟାଲ ହେବ। ପୁରୀ ମେଡିକାଲ କଲେଜ ପାଇଁ ୨୨୪ କୋଟି ୫୫ ଲକ୍ଷ ଖର୍ଚ୍ଚ ହେବ। ସେହିପରି  ଯାଜପୁରରେ ୧୦୦ ସିଟ୍ କଲେଜ ଓ ୫୦୦ ଶଯ୍ୟାର ହସ୍ପିଟାଲ ହେବ।ମେଡିକାଲ କୋଠା ଓ ଭିତ୍ତିଭୂମି ପାଇଁ ୪୨୬ କୋଟି ୫୧ ଲକ୍ଷ ଖର୍ଚ୍ଚ ହେବ। ଉଭୟ ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ୩ ବର୍ଷ ମଧ୍ୟରେ ସରିବ।

Spread the love