May 14, 2025

ଏଥର ବସିବନି ସଂସଦର ଶୀତ ଅଧିବେଶନ ! ଜାନୁଆରୀରେ ହୋଇପାରେ ବଜେଟ ଅଧିବେଶନ

 

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ଯୋଗୁଁ ଏଥର ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ବସିବ ନାହିଁ। ଏନେଇ ସଂସଦର ସବୁ ଦଳର ନେତାଙ୍କ ସହ ଆଲୋଚନା ପରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏ ସଂପର୍କରେ ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ରୋକିବାକୁ ସବୁ ଦଳ ଭିତରେ ସହମତି ହୋଇଥିବା ସେ କହିଛନ୍ତି।

ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧିର ରଞ୍ଜନ ଚୌଧୁରୀଙ୍କୁ ଚିଠି ଲେଖି ଏ ସଂପର୍କରେ ଜଣାଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ। ବିବାଦୀୟ କୃଷି ଆଇନ ସଂପର୍କରେ ଆଲୋଚନା ପାଇଁ ଅଧିର ରଞ୍ଜନ ଚୌଧୁରୀ ଦାବି କରିଥିଲେ। ତେବେ ଏହାକୁ ପ୍ରତ୍ୟାଖ୍ୟାନ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅଧିର ରଞ୍ଜନ ଚୌଧୁରୀ ଚିଠି ଲେଖି ସଂସଦର ଶୀତ ଅଧିବେଶନ ବସିବ ନାହିଁ ବୋଲି କହିଛନ୍ତି। ଜାନୁଆରୀରେ ସିଧା ବଜେଟ ଅଧିବେଶନ ବସିବାର ସମ୍ଭାବନା ରହିଛି ।

Spread the love