March 27, 2025

ଅର୍ଣ୍ଣବ ଗୋସ୍ୱାମୀ ପୁଣି ବିବାଦରେ: ରିପବ୍ଲିକ୍ ଭାରତ ଟିଭି ଉପରେ ବ୍ରିଟେନ୍ ଲଗାଇଲା ୨୦ ଲକ୍ଷ ଟଙ୍କା ଜରିମାନା

 

ମୁମ୍ବାଇ : ଗତ କିଛି ଦିନ ହେଲା ବିବାଦ ଘେରରେ ଫସିଥିବା ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ପୁଣି ଏକ ଅସୁବିଧାରେ ପଡିଯାଇଛନ୍ତି। ରିପବ୍ଲିକ ଟିଭିର ହିନ୍ଦୀ ଚାନେଲ ରିପବ୍ଲିକ ଭାରତ ଉପରେ ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ ରେଗୁଲେଟର (ବ୍ରିଟେନରେ ମିଡିଆ ଉପରେ ନଜର ରଖୁଥିବା ରେଗୁଲେଟର ଅଫକମ୍) ୨୦ ହଜାର ପାଉଣ୍ଡ ଅର୍ଥାତ ପାଖାପାଖି ୨୦ ଲକ୍ଷ ଟଙ୍କାର ଜରିମାନା ଲଗାଇଛନ୍ତି। ରିପବ୍ଲିକ୍ ଟିଭିର ବ୍ରିଟେନରେ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍, ରିପବ୍ଲିକ୍ ଭାରତ ଉପରେ ଏହି ଜରିମାନା ଲଗାଯାଇଛି। ଟିଭି ଚ୍ୟାନେଲ ବିରୋଧରେ ଅଭିଯୋଗ ହୋଇଛି ଯେ ସେ ଟିଭି ବିତର୍କରେ ହେଟ୍ ସ୍ପିଚ ନିୟମ ଉଲଙ୍ଘନ କରିଛନ୍ତି।

ମଙ୍ଗଳବାର ଦିନ ଅଫିସ୍ ଅଫ୍ କମ୍ୟୁନିକେସନ୍ ବା ଅଫକମ୍ ୱାର୍ଲ୍ଡଭ୍ୟୁ ମିଡିଆ ନେଟୱାର୍କ ଲିମିଟେଡ୍ ବିରୋଧରେ ଏକ ଆଦେଶ ଜାରି କରି କହିଛି ଯେ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ହେଟ୍ ସ୍ପିଚ ଚାଲିଥିଲା ଏବଂ ଅପମାନଜନକ ବୋଲି ଅଫକମର ଜଣେ ଏକଜିକ୍ୟୁଟିଭ ଜାଣିବାକୁ ପାଇଥିଲେ ଯାହା ନିୟମ ୨.୩, ୩.୨ ୦ ୩.୩ ଉଲଙ୍ଘନ କରିଥାଏ।

ବ୍ରିଟିଶ ବ୍ରୋଡକାଷ୍ଟିଂ ରେଗୁଲେଟର ଅଫକମ ଆଦେଶରେ କୁହାଯାଇଛି ଯେ ‘ପୁଛତା ହେ ଭାରତ’ କାର୍ଯ୍ୟକ୍ରମରେ ଏମିତି ବୟାନ ସାମିଲ ଅଛି ଯାହା ପାକିସ୍ତାନବାସୀଙ୍କ ବିରୋଧରେ ଘୃଣା ସୃଷ୍ଟି କଲାଭଳି ବକ୍ତବ୍ୟ ଥିଲା। ଏଥିରେ ପାକିସ୍ତାନ ଲୋକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ରହିଥିଲା। ଏହି ଆଦେଶରେ ଦର୍ଶାଯାଇଛି ଯେ ଜାତୀୟତା ଆଧାରରେ ପାକିସ୍ତାନୀଙ୍କ ବିରୋଧରେ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା। ଆଦେଶରେ ଆଗକୁ କୁହାଯାଇଛି ଯେ ଏହି ବୟାନ କାହାର ଭାବନାକୁ ଆଘାତ ଦେଇପାରେ ଏବଂ ଏହା ଅଫକମ୍ ଦୃଷ୍ଟିରେ ଅପରାଧ। ରେଗୁଲେଟର ଚାନେଲ ନୂଆ ଗାଇଡଲାଇନ ଜାରି କରିଛି। ନୂଆ ଗାଇଡଲାଇନ୍ ଅନୁସାରେ କୌଣସି ନୂଆ କାର୍ଯ୍ୟକ୍ରମକୁ ପୁଣିଥରେ ନ ଚଲାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ବ୍ରିଟେନରେ ମିଡ଼ିଆ ଉପରେ ନଜର ରଖୁଥିବା ନିୟାମକ ଅଫକମ୍ ବିବାଦୀୟ ଇସ୍ଲାମିକ ପ୍ରଚାରକ ଜାକିର ନାଇକଙ୍କ ପିସ ଟିଭି ନେଟୱାର୍କ ଉପରେ ଭାରି ଜରିମାନା ଲଗାଇଥିଲା। ଅଫକମ୍ ଦେଶରେ ଘୃଣା ସୃଷ୍ଟି କରୁଥିବା ଭାଷଣ ଓ ଅତ୍ୟଧିକ ଅପମାନଜନକ ବିଷୟବସ୍ତୁ ପ୍ରସାରିତ କରିବା ମାମଲାରେ ପିସ ଟିଭି ଉପରେ ୩ ଲକ୍ଷ ପାଉଣ୍ଡ ଜରିମାନା ଲଗାଯାଇଥିଲା। ଯୋଗାଯୋଗ ସେବା ପାଇଁ ବ୍ରିଟେନର ନିୟାମକ ପ୍ରସାରଣ ସମ୍ବନ୍ଧୀୟ ନିୟମ ଉଲଙ୍ଘନ କରିଥିବାରୁ ପିସ ଟିଭି ଉର୍ଦ୍ଦୁ ଲାଇସେନ୍ସଧାରୀଙ୍କ ଉପରେ ୨ ଲକ୍ଷ ପାଉଣ୍ଡ ଓ ପିସ ଟିଭି ଉପରେ ଏକ ଲକ୍ଷ ପାଉଣ୍ଡ ଜରିମାନା ଲଗାଇଥିଲେ।

Spread the love