
ଭୁବନେଶ୍ୱର : ଛାତ୍ର ନେତାଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନୟାକ ଦଳର ଛାତ୍ର ନେତାଙ୍କୁ ଆଜି ୩ ଟି ମନ୍ତ୍ର ଦେଇଛନ୍ତି । ନିଜ ଭିତରେ ଥିବା ପ୍ରତିଭାର ବିକାଶ କରନ୍ତୁ। ନିଜ ପରିବାର ଓ ବାପା ମାଙ୍କ ପ୍ରତି ଦାଇତ୍ୱ ଭୁଲନ୍ତୁ ନାହିଁ। ସମାଜର ବିକାଶ ପାଇଁ କାମ କରନ୍ତୁ । ବିଜୁ ଛାତ୍ର ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଭର୍ଚୁଆଲରେ ସମ୍ବୋଧିତ କରି ଏହି ମନ୍ତ୍ର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ଏ ହେଉଛି ଆମ ସମାଜ। ଯେଉଁଠି ଆମେ ପଢିଛେ ଓ ବଢ଼ିଛି। ତାର ବିକାଶ ପାଇଁ କାମ କରନ୍ତୁ। ସମାଜର ବିକାଶ ପାଇଁ ଭିତରେ ଥିବା ପ୍ରତିଭାକୁ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ଛାତ୍ର ମାନଙ୍କୁ ସାରଥୀ ବୋଲି ଅବିହିତ କରିଛନ୍ତି। ସରକାରଙ୍କ ସବୁ କଥାକୁ ଲୋକଙ୍କ ପାଖରେ ପହଞ୍ଚାଇ ବାକୁ ଆହ୍ୱାନ ଦେଇଛନ୍ତି। ବୈଠକରେ ଛାତ୍ର ଜନତା ଦଳର ସଭାପତି, କାର୍ଯ୍ୟକାରୀ ସଭାପତି, ବିଭିନ୍ନ ଜିଲ୍ଲା ସଭାପତି ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ସାମିଲ ହୋଇଛନ୍ତି।
ବିଜୁ ଛାତ୍ର ଜନତା ଦଳକୁ ସୁଦୃଢ଼ କରିବା ନେଇ କାର୍ଯ୍ୟକାରିଣୀରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀ ନୀତି ଆଦର୍ଶରେ ଲୋକଙ୍କ ପାଇଁ ଯେଭଳି କାମ କରୁଛନ୍ତି ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୁଅ। ଦୁର୍ନୀତି ବିରୋଧରେ ଲଢେଇ କର। ଦୁର୍ନୀତି ମୁକ୍ତ ଓଡିଶା ବିଜେଡିର ଲକ୍ଷ୍ୟ ବୋଲି କାର୍ଯ୍ୟକାରିଣୀକୁ ସମ୍ବୋଧନ କରି କହିଛନ୍ତି ଦଳର ସାଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍