January 23, 2026

ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ

 

ନୂଆଦିଲ୍ଲୀ: ଏଲ୍‌ଓସିରେ ଅସ୍ତ୍ରବିରତି ଉଲ୍ଲଙ୍ଘନ ପାଇଁ ପାକିସ୍ତାନକୁ ସମନ କରିବ ଭାରତ। ଶୁକ୍ରବାର ପାକ୍‌ର ଏପରି ଆଖିବୁଜା ଗୁଳି ଚାଳନାରେ ଭାରତୀୟ ଯବାନ ସହିଦ ହେବା ସହିତ ସାଧାରଣ ଲୋକଙ୍କ ଜୀବନ ଯାଇଥିବାରୁ ପାକିସ୍ତାନର କୁଟନୈତିଜ୍ଞଙ୍କୁ ସମନ୍ କରାଯିବ।

ଖବର ଅନୁସାରେ ବୈଦେଶିକ ମନ୍ତ୍ରାଳୟ(ଏମ୍‌ଇଏ)ର ପିଏଆଇ(ପିଏଆଇ ପାକିସ୍ତାନ, ଆଫଗାନିସ୍ତାନ, ଈରାନ ଡେସ୍କ) ଯୁଗ୍ମ ସଚିବ ଜେପି ସିଂହ ଏ ନେଇ ପାକିସ୍ତାନ ହାଇକମିଶନଙ୍କ ଆଗରେ ଦୃଢ଼ ଆପତ୍ତି କରିବେ। ପାକିସ୍ତାନ ହାଇକମିଶନଙ୍କ ପକ୍ଷରୁ ମିଳିଥିବା ଖବର ଅନୁସାରେ ପାକ୍ କାଉନସିଲର ଜୱାଦ୍‌ ଅଲୀ ଏମ୍‌ଇଏର ଏହି ମିଟିଂରେ ଯୋଗ ଦେବେ।

ଶୁକ୍ରବାର ପାକିସ୍ତାନ ସେନା ଜାମ୍ମୁ ଓ କାଶ୍ମୀର ଏଲ୍‌ଓସିରରେ ଉରି ଠାରୁ ଗୁରେଜ ପର୍ଯ୍ୟନ୍ତ ଏକାଧିକ ସେକ୍ଟରରେ ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା। ଏଥିରେ ଭାରତର ୩ ଯବାନ ସହିଦ ହୋଇଥିବା ବେଳେ ୪ ସାଧାରଣ ଲୋକଙ୍କ ଜୀବନ ଯାଇଥିଲା। ଯାହାର ଦୃଢ ଜବାବ ଦେଇ ପାକିସ୍ତାନ ସେନାର ବଙ୍କର ଉଡ଼ାଇବା ସହିତ ୭ରୁ ୮ ପାକିସ୍ତାନ ଯବାନକୁ ମାରିଥିଲା ଭାରତ।

Spread the love