March 21, 2025

ପାଣି ପାଇଁ ଓଟ ମାରୁଛି ଅଷ୍ଟ୍ରେଲିଆ

ମେଲବର୍ଣ୍ଣ,୧୪/୧: ଅଷ୍ଟ୍ରେଲିଆରେ ଏବେ ଜଳ ସଙ୍କଟ ଦେଖାଦେଇଛି। ଏଥିରୁ ବର୍ତ୍ତିବା ପାଇଁ ପାଇଁ ଅଷ୍ଟ୍ରେଲିଆ ସରକାର ୧୦ ହଜାର ଓଟଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେବା ସହ ଓଟମରା ଅଭିଯାନ ଆରମ୍ଭ କରିଛନ୍ତି। ଗତ ପାଞ୍ଚଦିନ ମଧ୍ୟରେ ଅଷ୍ଟ୍ରେଲିଆର ଶିକାରୀମାନେ ହେଲିକପ୍ଟରରେ ବସି ଆକାଶ ମାର୍ଗରୁ ଗୁଳିକରି ୫ ହଜାରରୁ ଊର୍ଦ୍ଧ୍ୱ ଓଟଙ୍କୁ ହତ୍ୟା କରିସାରିଲେଣି। ଏହି ଓଟଗୁଡ଼ିକ ଦକ୍ଷିଣ ଅଷ୍ଟ୍ରେଲିଆର ମରୁଭୂମି ଛାଡ଼ି ଜଳ ସନ୍ଧାନରେ ଜନବସତି ଆଡ଼କୁ ମାଡ଼ି ଆସିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଅଷ୍ଟ୍ରେଲିଆରେ ଏବେ ଦୁର୍ଭିକ୍ଷ ଦେଖା ଦେଇଥିବାବେଳେ ଜଙ୍ଗଲରେ ଓଟଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧିପାଇଛି। ଓଟମାନେ ଅଧିକ ପାଣି ପିଇଯାଉଥିବାରୁ ପାନୀୟଜଳ ସମସ୍ୟା ଉତ୍କଟ ହୋଇଛି। ଏଥିଯୋଗୁଁ ଜଙ୍ଗଲରେ ବାସ କରୁଥିବା ଜନଜାତିଙ୍କ ପାଇଁ ପାଣି ସମସ୍ୟା ବଢ଼ିଯାଇଛି। ଏଭଳି ପରିସ୍ଥିତିର ସାମନା କରିବାକୁ ଓଟଗୁଡ଼ିକୁ ହତ୍ୟା କରିବାକୁ ଅଷ୍ଟ୍ରେଲିଆ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପାଣି ବଞ୍ଚାଇବା ପାଇଁ ପାଖାପାଖି ୧୦ ହଜାର ଜଙ୍ଗଲୀ ଓଟଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ ଲାଗି ଲକ୍ଷ ଲକ୍ଷ ପଶୁପକ୍ଷୀ ଜୀବନ୍ତଦଗ୍ଧ ହୋଇଥିବାବେଳେ ସରକାର ଜଙ୍ଗଲୀ ଓଟଙ୍କୁ ହତ୍ୟା କରୁଥିବା ଖବର ପଶୁପ୍ରେମୀଙ୍କୁ ବ୍ୟଥିତ କରିଛି।

Spread the love