July 27, 2024

Satya News

odia news channel

ମୁମ୍ବାଇ ଦିନିକିଆ: ବାଜି ମାରିଲେ କଙ୍ଗାରୁ, ୧୦ ଓ୍ଵିକେଟ୍‌ରେ ଭାରତ ପରାସ୍ତ

ମୁମ୍ବାଇ,୧୪/୧: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆୟୋଜିତ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଦମ୍‌ ଦେଖାଇଛି କଙ୍ଗାରୁ ଦଳ। ୧୦ ଓ୍ଵିକେଟ୍‌ରେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିବା ସହ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ମ୍ୟାଚ୍‌ରେ କଙ୍ଗାରୁ ଦଳର ଓପନର ବ୍ୟାଟସ୍‌ମ୍ୟାନ୍‌ ତଥା ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ୍‌ ଓ୍ଵାର୍ନର ଭାରତ ପକ୍ଷରୁ ମିଳିଥିବା ୨୫୬ ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛନ୍ତି। ଫିଞ୍ଚ ଅପରାଜିତ ୧୧୦ ରନ୍‌ ଏବଂ ଓ୍ଵାର୍ଣ୍ଣର ଅପରାଜିତ ୧୨୮ ରନ୍‌ କରି ସହଜରେ ବିଜୟ ଲକ୍ଷ୍ୟ ହାସଲ କରିନେଇଛନ୍ତି। ମୁମ୍ବାଇର ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆରମ୍ଭ କରିଥିବା ଭାରତୀୟ ଦଳ ସମସ୍ତ ଉଇକେଟ ହରାଇ ୪୯.୧ ଓଭରରେ ୨୫୫ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

Australia won against india
Australia won against india

ଭାରତ ପକ୍ଷରୁ ରୋହିତ ଶର୍ମା ୧୦, ଲୋକେଶ ରାହୁଲ ୪୭, ବିରାଟ କୋହଲି ୧୬, ଶିଖର ଧାଓ୍ଵନ ୭୪, ଶ୍ରେୟସ ଆୟର ୪, ଋଷବ ପନ୍ତ ୨୮, ରବୀନ୍ଦ୍ର ଜାଦେଜା ୨୫, ଶାର୍ଦ୍ଦୁଲ ଠାକୁର ୧୩, ମହମ୍ମଦ ସାମି ୧୦ ଓ କୁଲଦୀପ ଯାଦବ ୧୭ ରନ୍‌ କରିଥିଲେ। ଅଷ୍ଟ୍ରେଲିଆକୁ ୨୫୬ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିବାବେଳେ କଙ୍ଗାରୁ ଦଳ ବିଜୟ ଲକ୍ଷ୍ୟକୁ ୩୭.୪ ଓଭରରେ ସହଜରେ ହାସଲ କରିଥିଲା। ଭାରତୀୟ ବୋଲରମାନେ ବହୁ ଉଦ୍ୟମ କରି ମଧ୍ୟ ଅଷ୍ଟ୍ରେଲିଆ ଓପନର ଆରୋନ ଫିଞ୍ଚ ଓ ଡେଭିଡ଼ ଓ୍ଵାର୍ନରଙ୍କୁ ଆଉଟ୍‌ କରିପାରି ନଥିଲେ।

Spread the love