April 25, 2025

ବୈଜୟନ୍ତଙ୍କୁ ଦିଲ୍ଲୀ, ଆସାମର ପ୍ରଭାରୀ ଦାୟିତ୍ୱ

 

ଭୁବନେଶ୍ୱର: ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର ପ୍ରଭାରୀ ଦାୟିତ୍ୱ ମିଳିଛି।

ଓଡ଼ିଶା ପାଇଁ ଶ୍ରୀମତି ଡି. ପୁରନ୍ଦେଶ୍ୱରୀ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ଓଡ଼ିଶାର ସହପ୍ରଭାରୀ ଦାୟିତ୍ୱ ବିଜୟପାଲ ସିଂହ ତୋମରଙ୍କୁ ମିଳିଛି। କୈଳାଶ ବିଜୟବର୍ଗୀୟଙ୍କୁ ପଶ୍ଚିମବଙ୍ଗ ପ୍ରଭାରୀ, ସେହିପରି ତାମିଲନାଡୁ ଦାୟିତ୍ୱରେ ସିଟି ରବି, କେରଳ ପାଇଁ ସିପି ରାଧାକୃଷ୍ଣନଙ୍କୁ ଦାୟିତ୍ୱ ମିଳିଛି।

ପୁଡୁଚେରୀ ପାଇଁ ନିର୍ମଳ କୁମାର ସୁରାଣା, ରାଜସ୍ଥାନ ଓ କର୍ଣ୍ଣାଟକ ପାଇଁ ଅରୁଣ ସିଂହଙ୍କୁ ଦାୟିତ୍ୱ ମିଳିଛି। ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ ନେଇ ANI ସୂତ୍ରରୁ ସୂଚନା ମିଳିଛି।

 

Spread the love