May 14, 2024

Satya News

odia news channel

ବନ୍ଦ ଘରୁ ଉଦ୍ଧାର ହେଲା ନିଖୋଜ ଶିଶୁ

 

ପାରଳାଖେମୁଣ୍ଡି:  ଗଜପତି ଜିଲ୍ଲା କାଶୀନଗର କୁମୁଟିସାହିରୁ ନିଖୋଜ ହୋଇଥିବା ଶିଶୁକୁ ବୁଧବାର ଉଦ୍ଧାର କରାଯାଇଛି । ବୁଧବାର ସଂଧ୍ୟାରୁ ନିଖୋଜ ଶିଶୁ ହାର୍ଦ୍ଦିକଙ୍କୁ ଘରଠାରୁ ୩ କିଲୋମିଟର ଦୂର କାଠପଦର ଗୋଟିଏ ଘରୁ ଉଦ୍ଧାର କରାଯାଇଛି ।ନିର୍ମାଣାଧୀନ ଘରର ଷ୍ଟୋର ରୁମରୁ ପରିବାର ଲୋକେ ହାର୍ଦ୍ଧିକଙ୍କୁ ଉଦ୍ଧାର କରିଛନ୍ତି ।

ଖେଳୁଥିବାବେଳେ ହାର୍ଦ୍ଦିକଙ୍କୁ ବୁଧବାର ଦିନ ୨ ଜଣ ଲୋକ ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପରିବାର ଲୋକ ଖୋଜାଖୋଜି କରିଥିଲେ। ଏହାସହ ହାର୍ଦ୍ଧିକଙ୍କ ମଉସା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କାଠପଦରରେ ନିର୍ମାଣାଧିନ କୋଠାଘରେ ପହଞ୍ଚି ଖୋଜିଥିଲେ।

ସେଠାରେ ଥିବା ଗୋଦାମ ଘର ଖୋଲି ଦେଖିବାରୁ ହାର୍ଦ୍ଧିକ ସେଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ । ହାର୍ଦ୍ଧିକଙ୍କ ପାଇବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି । ସେପଟେ ଚାଇଲ୍‌ଡ ଲାଇନ୍ ଟିମ୍ ପହଞ୍ଚି ତଦନ୍ତ କରିଛି।

Spread the love