July 27, 2024

Satya News

odia news channel

ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ

 

ଭୁବନେଶ୍ୱର: ପୁଣି ଥରେ ଉଠିଲା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ପାହ୍ୟା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ନିର୍ବାଚନ ବେଳେ ବିଜେପି ଓ କଂଗ୍ରେସ ସ୍ୱତନ୍ତ୍ର ପାହ୍ୟାକୁ ନେଇ ଇସ୍ତାହାରରେ ଘୋଷଣା କରିଥିଲେ। ହେଲେ ପରେ ଏସବୁକୁ ଭୁଲି ଯାଇଛି ବିଜେପି ସରକାର।

ଜାତୀୟ ଦଳ କେବଳ ନିର୍ବାଚନ ଜିତିବା ପାଇଁ କାର୍ଯ୍ୟ କରେ। ସେହିଭଳି କଂଗ୍ରେସର ରିମୋଟ୍ ଦିଲ୍ଲୀରୁ ପରିଚାଳିତ ହୁଏ।  ବିଜେପି ଓ କଂଗ୍ରେସ ଏହି ଦୁଇ ଦଳ BOSSଙ୍କ ଦ୍ୱାରା ପରିଚାଳିତ। ହେଲେ ବିଜେଡି ପାଇଁ BOSS ହେଉଛନ୍ତି ଓଡ଼ିଶାବାସୀ। ବିଜେଡି ସବୁବେଳେ ଓଡ଼ିଆଙ୍କ ପାଇଁ ଏବଂ ଓଡ଼ିଶାର  ସ୍ୱାର୍ଥ ପାଇଁ ଲଢ଼େଇ କରୁଛି ବୋଲି ନବୀନ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟାକୁ ନେଇ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି।, କଂଗ୍ରେସ। କେନ୍ଦ୍ରରେ ମୋଦି ସରକାର ଆସିବା ପରେ ଓଡ଼ିଶାକୁ ସମସ୍ତ ପ୍ରକାର ସହାୟତା କରାଯାଇଛି। ଓଡ଼ିଶାର ସ୍ୱର ଦିଲ୍ଲୀ ଦରବାରରେ ପହଞ୍ଚିଛି। ହସ୍ପିଟାଲରୁ କୋଷ୍ଟାଲ୍ ହାଇୱେ କେବଳ ମୋଦି ସରକାରଙ୍କ ପାଇଁ ସମ୍ଭବପର ହୋଇଛି ବୋଲି ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି। ଓଡ଼ିଶା ଭିତରେ ଥିବା ଜଳ ବିବାଦର ସମାଧାନ କରିପାରୁନଥିବା ନବୀନ ମହାନଦୀ ପ୍ରସଙ୍ଗ ଉଠାଉଛନ୍ତି ବୋଲି କହି କଟ୍ଟାକ୍ଷ କରିଛନ୍ତି।

ସେହିପରି ବିଜେଡି ପାଖରେ କୌଣସି ପ୍ରସଙ୍ଗ ନଥିବାରୁ ଏବଂ ବିଜେପି-ବିଜେଡି ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗି ରହିଥିବାରୁ ନବୀନ ଏପରି ବୟାନ ଦେଇଥିବା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଆଜି ଭୁବନେଶ୍ୱରରେ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଭିଡିଓ କନଫରେନ୍ସିଂରେ ଯୋଗ ଦେଇ ଯୁବ ନେତାଙ୍କୁ ସମ୍ବୋଧନ କରିଛନ୍ତି।

Spread the love