March 22, 2025

ଦେଶବ୍ୟାପୀ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

ନୂଆଦିଲ୍ଲୀ,୩୧/୧: ସମାନ କାମକୁ ସମାନ ଦରମା ଦାବିରେ ବ୍ୟାଙ୍କ କର୍ମଚାରୀମାନେ ଶୁକ୍ରବାରଠାରୁ ଦୁଇଦିନିଆ ଦେଶବ୍ୟାପୀ ଧର୍ମଘଟ କରିଛନ୍ତି। ଏଥିଯୋଗୁଁ ଆଜି ବ୍ୟାଙ୍କ ବନ୍ଦ ରହିଥିବାବେଳେ ଆସନ୍ତାକାଲି ମଧ୍ୟ ବନ୍ଦରହିବ। ଫଳରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସୂଚନାନୁଯାୟୀ,୧୨ ଦଫା ଦାବିରେ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲଇ ଆସୋସିଏସନ ଆନ୍ଦୋଳନକୁ ଓହ୍ଲାଇଛି। ବେତନରେ ୨୦ ପ୍ରତିଶତ ବୃଦ୍ଧି, ପାଞ୍ଚଦିନିଆ କାର୍ଯ୍ୟଦିବସ, ମୂଳ ଦରମା ସହ ସ୍ୱତନ୍ତ୍ର ଭତ୍ତାକୁ ମିଶାଇବା, ସ୍ୱତନ୍ତ୍ର ପେନସନ୍ ସ୍କିମ୍ ଓ ପରିବାର ପେନସନ୍ ସ୍କିମ୍ ଆଣିବା ଦାବିରେ ଏହି ଧର୍ମଘଟ କରାଯାଇଛି। ଗୁରୁବାର ସରସ୍ୱତୀ ପୂଜା ପାଇଁ ବ୍ୟାଙ୍କ ଛୁଟି ଥିଲା। ଶୁକ୍ରବାର ଓ ଶନିବାର ଦୁଇ ଦିନ ଧର୍ମଘଟ ଥିବାବେଳେ ରବିବାର ବି ବ୍ୟାଙ୍କ ଛୁଟି। ଫଳରେ କ୍ରମାଗତ ୪ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ଗ୍ରାହକ ନାନା ସମସ୍ୟାର ସମ୍ମୁଖୀନ ହେବେ।

Spread the love