
ଓ୍ଵାସିଂଟନ୍: ଭାରତୀୟ-ଆମେରିକୀୟ କଂଗ୍ରେସ ସଦସ୍ୟା ପ୍ରମିଳା ଜୟପାଲଙ୍କ ସମେତ ଯୁକ୍ତରାଷ୍ଟ୍ର ଆମେରିକାର ସାତଜଣ ପ୍ରଭାବଶାଳୀ ସାଂସଦ ଭାରତରେ ପ୍ରତିବାଦରତ କୃଷକମାନଙ୍କ ସଂକ୍ରାନ୍ତରେ ବୈଦେଶିକ ସଚିବ ମାଇକ୍ ପମ୍ପିଓଙ୍କୁ ଚିଠି ଲେଖିଛନ୍ତି। ପମ୍ପିଓ ତାଙ୍କର ଭାରତୀୟ ପ୍ରତିପକ୍ଷଙ୍କ ସହ ଏ ପ୍ରସଙ୍ଗରେ ଆଲୋଚନା କରନ୍ତୁ ବୋଲି ସେମାନେ ଅନୁରୋଧ କରିଛନ୍ତି।
କୃଷକମାନଙ୍କ ଆନ୍ଦୋଳନ ସଂକ୍ରାନ୍ତରେ ବିଦେଶୀ ନେତା ଓ ରାଜନୀତିଜ୍ଞମାନେ ଦେଇଥିବା ବିବୃତିକୁ ଭାରତ ‘ଅସମ୍ପୂର୍ଣ୍ଣ ସୂଚନା ଆଧାରିତ’ ଏବଂ ‘ଅଯୌକ୍ତିକ’ ବୋଲି କହିଛି। ଏହା ବ୍ୟତିରେକେ, ଘଟଣାଟି ଗଣତାନ୍ତ୍ରିକ ରାଷ୍ଟ୍ରର ଅଭ୍ୟନ୍ତର ବ୍ୟାପାର ବୋଲି ଭାରତ ଗୁରୁତ୍ୱାରୋପ କରିଛି।
ପଞ୍ଜାବରେ ପୈତୃକ ସମ୍ପତ୍ତି ଏବଂ ପରିବାର ରହୁଥିବାରୁ ଅନେକ ଭାରତୀୟ-ଆମେରିକୀୟମାନଙ୍କ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡୁଛି। ଭାରତରେ ରହୁଥିବା ପରିବାରବର୍ଗଙ୍କ ଭଲମନ୍ଦ କଥାରେ ସେମାନେ ଉଦ୍ବିଗ୍ନ ହେବା ସ୍ୱାଭାବିକ। ତେଣୁ ଏ ସଂକ୍ରାନ୍ତରେ ଆପଣ ଭାରତୀୟ ବୈଦେଶିକ ବ୍ୟାପାର ସଚିବଙ୍କ ସହ କଥାବାର୍ତ୍ତା କରନ୍ତୁ।
ରାଜନୈତିକ ପ୍ରତିବାଦର ଅଭିଜ୍ଞତା ଥିବା ଦେଶ ଭାବେ ଯୁକ୍ତରାଷ୍ଟ୍ର ଆମେରିକା ସମ୍ପ୍ରତି ଭାରତରେ ଚାଲିଥିବା ଏହି ସାମାଜିକ ବିଶୃଙ୍ଖଳା ବିଷୟରେ ସୁପରାମର୍ଶ ଦେଇପାରିବ ବୋଲି ସେମାନେ ଚିଠିରେ ଉଲ୍ଲେଖ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍