
ଭୁବନେଶ୍ବର: କୋଭିଡ କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ଼ଦିନ ପାଳନ ହେଉଛି। ଓଡ଼ିଶାର ବିଭିନ୍ନ ଗୀର୍ଜାରେ ପ୍ରଭୁ ଯୀଶୁଙ୍କୁ ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରୁଥିବା ଜଣାଯାଇଛି। ପ୍ରାୟ ନଅ ମାସ ପରେ ଗୀର୍ଜାଗୁଡ଼ିକ ଆଜି ଖୋଲାଯାଇଥିବାରୁ ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଖୁସି ଜାହିର୍ କରିଛନ୍ତି। ସ୍ଥାନୀୟ ପ୍ରଶାସନର ଅନୁମତି ନେଇ ଭୁବନେଶ୍ବର, କଟକ, ବାଲେଶ୍ବର, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ସମେତ ଓଡ଼ିଶାର ବିଭିନ୍ନ ଗୀର୍ଜାରେ ବଡ଼ଦିନ ପାଳନ ହେଉଛି। ବିଶେଷ କରି କନ୍ଧମାଳ ଓ ମାଲକାନଗିରିରେ ଗୀର୍ଜାଗୁଡ଼ିକରେ ଏଥିନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି।
ରାଜଧାନୀର ସତ୍ୟ ନଗର ଗୀର୍ଜାରେ ପାଳନ କରାଯାଉଛି ବଡ଼ ଦିନ। ଏଠାରେ ଏକା ଥରକରେ ୧୪୦ ଜଣ ଗୀର୍ଜା ମଧ୍ୟରେ ପ୍ରବେଶ କରୁଛନ୍ତି ଓ ମାସ୍କ ଓ ସାନିଟାଇଜର ବ୍ୟବହାର କରି ସାମାଜିକ ଦୂରତା ସହ କୋଭିଡ ନିୟମ ପାଳନ କରି କରୁଛନ୍ତି ପ୍ରାର୍ଥନା। କରୋନା ମହାମାରୀ ପ୍ରାଣୀ ଜଗତର କ୍ଷତି ସାଧନ ନ କରୁ ଏବଂ ଶାନ୍ତି ଓ ସତ୍ୟର ପ୍ରତିଷ୍ଠା ଲାଗି ପ୍ରଭୁଙ୍କ ପାଖରେ ପ୍ରାର୍ଥନା ଜଣାଉଛନ୍ତି । ଭୁବନେଶ୍ୱରରେ ଗୀର୍ଜା ଖୋଲିଥିବାରୁ ବିଏମସି କମିଶନର ଓ ରାଜ୍ୟ ସରକାରଙ୍କୁ ଶ୍ରଦ୍ଧାଳୁମାନେ ଧନ୍ୟବାଦ ଜଣାଇଛନ୍ତି। ସେମାନେ ପ୍ରଭୁଙ୍କୁ ଦର୍ଶନ ପାଇଁ ସୁଯୋଗ ପାଇଥିବାରୁ ଖୁସି ଥିବା କହିଛନ୍ତି ।
ଗତକାଲି ରାତିରେ ରାଜଧାନୀର ଗୀର୍ଜାଗୁଡ଼ିକ ଉପରେ ନଜର ରଖିଥିଲେ ବିଏମସି ଓ ପୁଲିସ । ମଧ୍ୟ ରାତିରେ ବିଏମସି ପକ୍ଷରୁ ଏକ ଟିମ୍ ଭୁବନେଶ୍ୱରରେ ସମସ୍ତ ଗୀର୍ଜାକୁ ବୁଲି ଦେଖିବା ସହ ଗହଳି ନ କରିବାକୁ ଲୋକଙ୍କୁ କହିଥିଲେ । କିନ୍ତୁ ଗୋଟିଏ ଗୀର୍ଜାକୁ ଛାଡି ରାଜଧାନୀରେ କେହି ବଡ଼ଦିନ ପାଳନ ଲାଗି ଅନୁମତି ପାଇଁ ଆବେଦନ କରିନାହାନ୍ତି । ତେଣୁ ଆଜି ରାଜଧାନୀର ଅନ୍ୟ ସବୁ ଗୀର୍ଜା ବନ୍ଦ ରହିଥିବା ଜଣାଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍