
କଟକ: ଓଡ଼ିଶା ଲଳିତ କଳା ଏକାଡ଼େମୀର ପୂର୍ବତନ ସଭାପତି ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ଶିବ ପାଣୀଗ୍ରାହୀଙ୍କର ଆଜି(ସୋମବାର) ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ହେବ ସେ ଅସୁସ୍ଥ ଥିଲେ। ଆଜି ଅପରାହ୍ଣ ୨ଟା ୩୦ ମିନିଟ୍ ସମୟରେ ବାର୍ଦ୍ଧକ୍ୟ ଜନିତ କାରଣରୁ ତାଙ୍କର ସିଡ଼ିଏ ସେକ୍ଟର-୬ସ୍ଥିତ ବାସ ଭବନରେ ମୃତ୍ୟୁ ଘଟିଥିଲା। ୧୯୪୫ ମସିହାରେ ସେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ରାଜ୍ୟର ସର୍ବପୂରାତନ କଳାଶିକ୍ଷା ଅନୁଷ୍ଠାନ ଖଲ୍ଲିକୋଟ ଆର୍ଟ କଲେଜରୁ ଚିତ୍ରକଳାରେ ଡ଼ିପ୍ଲୋମା ହାସଲ କରିବା ପରେ ବିଭୂତି କାନୁନ୍ଗୋ ଚାରୁକଳା ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ।
ସେଠାରୁ ଅବସର ଗ୍ରହଣ କରିବା ପରେ ସେ କଟକରେ ଅବସ୍ଥାନ କରୁଥିଲେ । ପରେ ଓଡ଼ିଶା ଲଳିତ କଳା ଏକାଡ଼େମୀର ସଭାପତି ଭାବେ ତିନି ବର୍ଷ କାର୍ଯ୍ୟ କରିଥିଲେ। ନିଜର କଳାତ୍ମକ ଉତ୍କର୍ଷ ଲାଗି ବହୁ ସମ୍ମାନ ଓ ପୁରସ୍କାର ଲାଭ କରିଥିଲେ ସେ । ଲଳିତ କଳା ଏକାଡ଼େମୀ ପୁରସ୍କାର, ଓଡ଼ିଶା ଲଳିତ କଳା ଏକାଡ଼େମୀ ପୁରସ୍କାର, ଶାରଳା ପୁରସ୍କାର ସହିତ ରାଜ୍ୟ ସରକାରଙ୍କ ଦ୍ବାରା ଏକାଧିକ ବାର ସମ୍ମାନିତ ହୋଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍