July 27, 2024

Satya News

odia news channel

ବିଜେଡି ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଲେ ମୁଖ୍ୟମନ୍ତ୍ରୀ

 

ଭୁବନେଶ୍ୱର: ବିଜୁ ଜନତା ଦଳର ଆଜି ୨୪ ତମ ପ୍ରତିଷ୍ଠା ଦିବସ । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଏଥିପାଇଁ ବ୍ୟାପକ ଆୟୋଜନ ହୋଇଛି । ରାଜ୍ୟସ୍ତରରୁ ଆରମ୍ଭ କରି ପ୍ରତି ନିର୍ବାଚନମଣ୍ଡଳୀରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯାଉଛି । ୨୪ ବର୍ଷ ତଳେ ଆଜିର ଦିନରେ ବିଜୁ ବାବୁଙ୍କ ନୀତି ଆଦର୍ଶରେ ବିଜୁ ଜନତା ଦଳ ଗଠନ ହୋଇଥିଲା । ଦଳ ପକ୍ଷରୁ କୁହାଯାଇଛି, ତୃଣମୂଳ ସ୍ତରରେ ଦଳକୁ ସୁଦୃଢ କରିବା ସହ ଓଡିଶାର ସ୍ୱତନ୍ତ୍ର ପରିଚୟ ପାଇଁ ଲଢ଼େଇ ଜାରି ରହିବ ।

ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ମହିଳା ବିକାଶର କଥା କହିଥିଲେ। ବିଜେଡିର ୨୪ ତମ ପ୍ରତିଷ୍ଠା ଦିବସରେ ମହିଳା କାର୍ଡ ଖେଳିଲେ ନବୀନ ପଟ୍ଟନାୟକ କହିଥିଲେ,   ବିଜେଡି ସବୁବେଳେ ମହିଳାଙ୍କୁ ଅଗ୍ରାଧିକାର ଦେଇ ଆସୁଛି। ମା’  ଆଗେଇଲେ ସମାଜ ଓ ଦେଶ ଆଗେଇବ।

ମୁଖ୍ୟମନ୍ତ୍ରୀ କହିଥିଲେ,  ପଞ୍ଚାୟତ, ULBରେ ମହିଳାଙ୍କ ପାଇଁ ୫୦% ସଂରକ୍ଷଣ କରିଛି ବିଜେଡି। ଲୋକସଭା ଓ ବିଧାନସଭାରେ ୩୩% ସଂରକ୍ଷଣ ପାଇଁ ବିଜେଡି ଲଢୁଛି। ୨୦୧୯ ନିର୍ବାଚନରେ ବିଜେଡି ୩୩ % ମହିଳାଙ୍କୁ ଟିକେଟ ଦେଇଥିବା କହିଥିଲେ ନବୀନ।

Spread the love