କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ କଟକ ଘର ଯେମିତି ପାଲଟିଛି ଅସ୍ତ୍ର ଭଣ୍ଡାର ! ଗତକାଲି ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହେବା ପରେ ପୁଣି ତାଙ୍କ ଘରେ ହୋଇପାରେ ସର୍ଚ୍ଚ ଅପରେସନ। ପୁଣି ଥରେ ଦୁଇ ଭାଇଙ୍କୁ ଆଣି ଘର ଯାଞ୍ଚ କରାଯିବ ବୋଲି ଗତକାଲି କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଥିଲେ ।
ଗତକାଲି ଚଢ଼ାଉ ବେଳେ ୩ଟି ବନ୍ଧୁକ ଓ ୧୭୦ ରାଉଣ୍ଡ ଗୁଳି ଜବତ ହୋଇଥିଲା । ବିଭିନ୍ନ ସ୍ଥାନରେ ସିକ୍ରେଟ ଚାମ୍ବର କରି ଏସବୁ ଗୁଳିଗୋଳା ଲୁଚାଇ ରଖାଯାଇଥିଲା । ଜେରା ବେଳେ ଡି ବ୍ରଦର୍ସ ଏନେଇ ମାନିଥିବା କହିଥିଲେ ଡିସିପି । ବିଭିନ୍ନ ମାମଲାରେ ଗିରଫ ହୋଇ ବଡ଼ଭାଇ ସୁଶାନ୍ତ ଧଳସାମନ୍ତ ବଲାଙ୍ଗିର ଜେଲରେ ଓ ସାନ ଭାଇ ସୁଶିଲ ଧଳସାମନ୍ତ ବାଲେଶ୍ୱର ଜେଲ୍ରେଅଛନ୍ତି।
ଏହା ପରେ ଗୁରୁବାର ଦିନ ଦୁହିଁଙ୍କୁ ଚୌଦ୍ୱାର ପୋଲିସ ୩ ଦିନିଆ ରିମାଣ୍ଡରେ ନେଇ ଜେରା କରିଥିଲା। ଜେରା ପରେ ପୁଣି ତାଙ୍କ ଘରେ ଚଢଉ କରାଯାଇଛି । ପୂର୍ବରୁ ଚଢାଉ ବେଳେ ଡି ବ୍ରଦର୍ସଙ୍କ ଘରୁବନ୍ଧୁକ ଓ ଗୁଳି ଏକ ସିକ୍ରେଟ ଚାମ୍ବରରୁ ମିଳିଥିଲା। ବିହାର ମୁଙ୍ଗେରରୁ ଚୋରା ବନ୍ଧୁକ ଏଠାକୁ ଆସିଥିବା ସିପି ସୂଚନା ଦେଇଥିଲେ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ