
ଭୋପାଳ : ଲଭ୍ ଜିହାଦକୁ ବନ୍ଦ କରିବାକୁ ମଧ୍ୟପ୍ରଦେଶରେ ଆଣିଥିବା ‘ଧର୍ମ ସ୍ୱାତନ୍ତ୍ର୍ୟ ବିଧେୟକ ୨୦୨୦’ କୁ କ୍ୟାବିନେଟ୍ ଅନୁମୋଦନ କରିଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ବୈଠକରେ କ୍ୟାବିନେଟ ଏହି ବିଲକୁ ଅନୁମୋଦନ କରିଛି। ଡିସେମ୍ବର ୨୮ ରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ବିଧାସଭାର ସ୍ବତନ୍ତ୍ର ଅଧିବେଶନରେ ଏହି ବିଲ୍ ପାରିତ ହେବ। ଏହି ଆଇନରେ ୧୯ଟି ପ୍ରାବଧାନ ରହିଛି । ଏଥିରେ ଉଲ୍ଲେଖ ରହିଛି ଯେ, ଯଦି ଧର୍ମ ପରିବର୍ତ୍ତନ ମାମଲାରେ ପୀଡିତର ପରିବାର ଅଭିଯୋଗ କରନ୍ତି ତେବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଯଦି କାହା ବିରୋଧରେ ନାବାଳିକା, ଅନୁସୂଚୀତ ଜାତି ବା ଜନଜାତିର ଝିଅଙ୍କୁ ପ୍ରଲୋଭିତ କରି ବିବାହ କରାଯିବା ଅଭିଯୋଗ ଆସେ ତେବେ ଅଭିଯୁକ୍ତକୁ ୧୦ ବର୍ଷ ପାଇଁ ଜେଲଦଣ୍ଡର ବ୍ୟବସ୍ଥା ରହିଛି ।
ଏହାପୂର୍ବରୁ ଉତ୍ତର ପ୍ରଦେଶ କ୍ୟାବିନେଟରେ ନଭେମ୍ବରରେ ଲଭ୍ ଜିହାଦ ବିରୋଧୀ ଅଧ୍ୟାଦେଶ ପାସ୍ ହୋଇଥିଲା । ଅଧ୍ୟାଦେଶ ଅନୁସାରେ, କିଛି ଉଦ୍ଦେଶ୍ୟ ରଖି ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷର ଜେଲଦଣ୍ଡ ମିଳିବ । ୟୁପି ସରକାର ଲଭ-ଜିହାଦ ଉପରେ ନୂଆ ଆଇନ ଆଣିବେ ବୋଲି କହିଥିଲେ । ଲୋଭ, ଚାପ ତଥା ଧମକ ଦେଇ ବିବାହ କରିବା ଘଟଣା ରୋକିବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍