March 11, 2026

ବିଜେପିର ଲୋକସମ୍ପର୍କ ଯାତ୍ରାକୁ ଲୋକଦେଖାଣିଆ କହିଲା ବିଜେଡି

 

ଭୁବନେଶ୍ୱର: ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେପି ଆଜି ଏକ ଲୋକସମ୍ପର୍କ ଯାତ୍ରା ଆରମ୍ଭ ହୋଇଛି। ଲକ୍ଷ୍ମୀସାଗର ହାଇସ୍କୁଲ ଛକରୁ ଏହି ଯାତ୍ରା ଆରମ୍ଭ ହୋଇଥିଲା। ସାଂସଦ ଅପରାଜିତା ଷଡଙ୍ଗୀ, ବିଜେପି ନେତା ଜଗନ୍ନାଥ ପ୍ରଧାନ ଓ ବାବୁ ସିଂଙ୍କ ନେତୃତ୍ୱରେ ଏହି ଲୋକସମ୍ପର୍କ ଯାତ୍ରା ଆରମ୍ଭ କରାଯାଇଛି।

ଏପଟେ ବିଜେପିର ଲୋକ ସମ୍ପର୍କ ଯାତ୍ରାକୁ କଟାକ୍ଷ କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା। ସେ କହିଛନ୍ତି ଯେ ଆମେ ଲୋକମାନଙ୍କ ସହ ରହିବା ସହ ୱାଡ ସହ ଜଡିତ ରହିଛୁ। ଖାଲି ଲୋକଦେଖାଣିଆ ପ୍ରଚାର ପ୍ରସାର କରିବା ଅପେକ୍ଷା ଆଉ କିଛି ନୁହେଁ ବୋଲି କହିଛନ୍ତି ଅନନ୍ତ।

Spread the love