July 27, 2024

Satya News

odia news channel

ବିପିୟୁଟି ବି.ଟେକ୍‌ ଫଳ ପ୍ରକାଶ, ପରୀକ୍ଷା ଦେଇ ନଥିବା ବିଦ୍ୟାର୍ଥୀ ଚିନ୍ତାରେ

 

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି)ଦ୍ବାରା ପରିଚାଳିତ ବି.ଟେକ୍, ବି.ଫାର୍ମା, ବି.ଆର୍କ ଏବଂ ଏମ୍‌ସିଏ ୪ର୍ଥ ଏବଂ ୬ଷ୍ଠ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ ପାଇଛି। କୋଭିଡ଼ ନିୟମାବଳୀ ପାଳନ କରି ବିପିୟୁଟି ବି.ଟେକ୍‌ର ୪ର୍ଥ ଓ ୬ଷ୍ଠ ସେମିଷ୍ଟର, ବି.ଫାର୍ମା, ବି.ଆର୍କ ଏବଂ ଏମ୍‌ସିଏର ୬ଷ୍ଠ ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ରେ କରିଛି। ଏ ସମସ୍ତ ପାଠ୍ୟକ୍ରମରେ ୯୫ ପ୍ରତିଶତ ଫଳ ହୋଇଥିବା ବିପିୟୁଟି ପକ୍ଷରୁ ସୂଚନା ଦିଆଯାଇଛି।

 

କୌଣସି କାରଣବଶତଃ ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କ ଅଫ୍‌ଲାଇନ୍‌ ପରୀକ୍ଷା କେବେ କରାଯିବ ତାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକ ଚିନ୍ତିତ ଅଛନ୍ତି। ପରିସ୍ଥିତି ସ୍ବାଭାବିକ ହେଲେ ଅଫ୍‌ଲାଇନ୍‌ରେ ପରୀକ୍ଷା କରାଯିବ ବୋଲି ସରକାର କହିଥିଲେ। ହେଲେ ପରିସ୍ଥିତି ସ୍ବାଭାବିକ ହେଉ ନ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ନଭେମ୍ବର ୩୦ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଅନ୍‌ଲକ-୬ ନିୟମାବଳୀରେ କହିଛନ୍ତି। ଏପରିସ୍ଥଳେ ସରକାର କିଛି କଲେଜରେ କେନ୍ଦ୍ର କରି ଅଫ୍‌ଲାଇନ୍‌ ପରୀକ୍ଷା କରିବାକୁ ଛାତ୍ରଛାତ୍ରୀ ପକ୍ଷରୁ ଅନୁରୋଧ କରାଯାଇଛି।

Spread the love