March 21, 2025

ନିର୍ଣ୍ଣାୟକ ମ୍ୟାଚ୍‌ରେ କଲକାତା-ରାଜସ୍ଥାନ ଓ ପଞ୍ଜାବ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ରବିବାର ଦୁଇଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ ଆବୁଧାବିରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ମଧ୍ୟରେ ଖେଳାଯିବାବେଳେ ଦୁବାଇରେ ଦ୍ବିତୀୟ ମ୍ୟାଚରେ ରାଜସ୍ଥାନ-କଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ।

 

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧିନ ଚେନ୍ନଇ ସୁପରକିଙ୍ଗ୍‌ସ ୧୩ଟି ମ୍ୟାଚରୁ ୫ଟି ବିଜୟ ଓ ୮ଟି ପରାଜୟ ସହ ୧୦ ପଏଣ୍ଟ ପାଇ ପ୍ଳେ ଅଫରୁ ବାଦ୍‌ ପଡ଼ିଛି। ଦଳ ପାଇଁ ପଞ୍ଜାବ ବିପକ୍ଷ ମ୍ୟାଚ ବିଶେଷ ଗୁରୁତ୍ବବହନ କରୁଥିବାବେଳେ ବିଜୟ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଲୋକେଶ ରାହୁଲଙ୍କ ନେତୃତ୍ବାଧିନ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପାଇଁ ଉକ୍ତ ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ। ପଞ୍ଜାବ ୧୩ଟି ମ୍ୟାଚରୁ ୬ଟି ବିଜୟ ଓ ୭ଟି ପରାଜୟ ସହ ୧୨ ପଏଣ୍ଟ ପାଇଛି।

Spread the love