July 26, 2024

Satya News

odia news channel

ସିବିଆଇର ଜବତ ସୁନାରୁ ୧୦୦ କେଜି ଗାଏବ, ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

 

ଚେନ୍ନାଇ :   ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ । ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା । ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ମାମଲା କୋର୍ଟରେ ପହଁଚିଲାଣି । କୋର୍ଟ ମାମଲାରରେ ସିବି-ସିଆଇଡିକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାକୁ ନେଇ ସିବିଆଇ କହିଛି ଯେ, ଏହା ସେତେବେଳେ ଜଣାପଡିଥିଲା ଯେତେବେଳେ କୋଟି କୋଟି ଟଙ୍କାର ସୁନାକୁ ଓଜନ କରିବାକୁ ନିଆଁଯାଇଥିଲା । ଓଜନ କରିବା ପରେ ସୁନା କମ୍ ଥିବା ଜଣାପଡିଥିଲା ।

ପ୍ରାୟ ୪୦୦.୫ କେଜିର ସୁନା ଜବତ ହୋଇଥିଲା । ୨୦୧୨ରେ ସୁରାଣା କର୍ପୋରେସନରେ ଚଢାଉ କରାଯାଇ ଏହାକୁ ଜବତ କରାଯାଇଥିଲା । କିନ୍ତୁ ଏଥିରେ ଶହେରୁ ଅଧିକ କେଜିର ସୁନା ଗାଏବ ଥିବା ଜଣାପଡିଥିଲା । ପ୍ରାୟ ୧୦୩ କେଜି ସୁନା ଗାଏବ ଥିବା ସୂଚନା ମିଳିଥିଲା । ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି । ମାମଲା କୋର୍ଟରେ ପହଁଚିବା ପରେ କୋର୍ଟ ସିବି-ସିଆଇଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାକୁ ସ୍ଥାନୀୟ ସିବିଆଇ ଅଧିକାରୀ ତଦନ୍ତ ଉପରେ ଆପତ୍ତି ପ୍ରକାଶ କରିଥିଲେ ବି କୋର୍ଟ ଖାରଜ କରିଦେଇଛନ୍ତି । ୬ ମାସରେ ତଦନ୍ତ ସାରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Spread the love