July 27, 2024

Satya News

odia news channel

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କଲେ ଅଭିଭାବକ ସଂଘ

 

ଭୁବନେଶ୍ୱର : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ । ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଭୁବନେଶ୍ୱର ସ୍ଥିତ ବାସଭବନ ଘେରାଉ କରିଛନ୍ତି ଅଭିଭାବକ ସଂଘ । ଅର୍ଗାନାଇଜେସନ ଅଫ ପ୍ୟାରେଣ୍ଟସ୍ ଫେଡେରେସନ-ଓଫାଫର ସଦସ୍ୟ ସ୍କୁଲ ଫି ନ ଦେଇ ପାରିଲେ TC ନେଇଯିବାକୁ ଶ୍ରେଣୀ ଶିକ୍ଷକଙ୍କ ଜରିଆରେ ଛାତ୍ରଛାତ୍ରୀ ମାନଙ୍କୁ ଧମକ ଦେଇ ମାନସିକ ର୍ନିଯାତନା ଦେଉଥିବା ଅଭିଯୋଗ ହୋଇଛି ।

ଟଙ୍କା ଦେଇ ନପାରିବାରୁ ଅନଲାଇନ୍ କ୍ଲାସରୁ ପିଲାଙ୍କୁ ବାହାର କରିବାର ପ୍ରତିବାଦ କରି ଅଭିଭାବକ ସଂଘ ଏହି ଘେରାଉ କରିଛି । ବେସରକାରୀ ସ୍କୁଲରେ ବର୍ଦ୍ଧିତ ଫି ଆଦାୟ ପ୍ରତିବାଦରେ ଏହି ଘେରାଉ କରିିଛି ଅଭିଭାବକ ସଂଘ । ଅଭିଭାବକ ମାନେ ଘଣ୍ଟ, ତାଳି, ହରିବୋଲ, ହୁଳହୁଳି ସହ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଘଟଣାରେ ମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛି ସଂଘ ଫି । ମାମଲାରେ କୋର୍ଟରେ ସତ୍ୟପାଠ ଦିଆଯାଇଥିବା କହିଛନ୍ତି ମନ୍ତ୍ରୀ ସୀମର ଦାଶ ।

Spread the love