July 27, 2024

Satya News

odia news channel

ଚିନ୍ତା ବଢ଼ାଇଲା କରୋନା ସଂକ୍ରମଣ: ୧୩୦୫ ବିଲ୍ଡିଂ ସିଲ୍‌, ପୁଣି କଟକଣାରେ ୭୧ ହଜାରରୁ ଅଧିକ ପରିବାର

 

ମୁମ୍ବାଇ : ଅଚାନକ କରୋନା ଭାଇରସ୍‌ ସଂକ୍ରମଣ ବୃଦ୍ଧି ମହାରାଷ୍ଟ୍ର ସରକାରଙ୍କ ନିଦ ହଜାଇ ଦେଇଛି। ପୁଣି ଥରେ ରାଜ୍ୟକୁ ଫେରିଛି କର୍ଫ୍ୟୁ, ଲକ୍‌ଡାଉନ୍‌। ନୂଆ ମ୍ୟୁଟେସନ୍‌ ଭୟ ଲାଗିରହିଥିବା ବେଳେ ସରକାର ଗୋଟିଏ ପରେ ଗୋଟିଏ କଟକଣା ଲଗାଉଛନ୍ତି। ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ମୁମ୍ବାଇରେ ୧୩୦୫ଟି ବିଲ୍ଡିଂ ସିଲ୍‌ କରାଯାଇଛି। ଏଥି ପାଇଁ ୭୧,୮୩୮ ପରିବାର ଏବେ କଟକଣାରେ ରହିଛନ୍ତି। ମୁମ୍ବାଇରେ ୨୭୪୯ ସଂକ୍ରମତି ଚିହ୍ନଟ ହେବା ପରେ ବିଏମସି ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି।

ମହାରାଷ୍ଟ୍ରରେ ୩ ମାସ ପରେ ପ୍ରଥମ ଥର ଶୁକ୍ରବାର ଦିନ ୬୦୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୬୧୧୨ ମାମଲା ମଧ୍ୟରୁ ସର୍ବାଧିକ ସଂକ୍ରମିତ ଅକୋଲା, ପୁନେ ଏବଂ ମୁମ୍ବାଇରୁ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ରାଜ୍ୟରେ ୩୦ ଅକ୍ଟୋବରରେ ଗୋଟିଏ ଦିନରେ ୬ ହଜାରରୁ ଅଧିକ କରୋନା ମାମଲା ମିଳିଥିଲା । ତାପରେ ସଂକ୍ରମଣ ଧିରେଧିରେ କମିଥିଲା।

ନୂଆ ସଂକ୍ରମଣ ମାମଲା ଆସିବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୦,୮୭,୬୩୨ରେ ପହଞ୍ଚିଛି। ୪୪ ଜଣଙ୍କ ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା ୫୧,୭୧୩ରେ ପହଞ୍ଚିଛି। ୪୪ ମୃତକଙ୍କ ମଧ୍ୟରୁ ୧୯ ଜଣ ଗତ ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି। ଏହା ସହ ୧୦ ଜଣଙ୍କ ମୃତ୍ୟୁ ଗତ ସପ୍ତାହେ ମଧ୍ୟରେ ହୋଇଥିବା ବେଳେ ୧୫ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଏହା ପୂର୍ବରୁ ହୋଇଥିଲା।

Spread the love